fbpx

ସାମ୍ନାକୁ ଆସିଲା ରାମଲଲାଙ୍କ ଦ୍ୱିତୀୟ ପ୍ରତିମାର ଛବି: ମନ୍ଦିରର କେଉଁଠି ବିରାଜମାନ କରିବେ ପ୍ରଭୁ

ନୂଆଦିଲ୍ଲୀ: ଯୁଗ ଯୁଗର ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପ୍ତ ହୋଇଛି । ଏହି ଉତ୍ସବ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଜସ୍ର ଅର୍ଥ ଦାନ କରିଥିବା ବେଳେ ଗୁଗଲରେ ରାମଲଲା ଟ୍ରେଣ୍ଡ କରିଥିଲା । ଅଯୋଧ୍ୟାର ଗଳିକନ୍ଦିରରେ ଲକ୍ଷ ଲକ୍ଷ ରାମଭକ୍ତ ଭାବବିହ୍ୱଳ ହେବା ସହିତ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ସଫଳତାକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଆଖିଳ ଲୁହକୁ ଲୁଚାଇ ପାରିନଥିଲେ ।

ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଘରେ ଘରେ ଲୋକମାନେ ରାମନାମ ଜପ କରିବା ସହିତ ଦୀପ ଜଳାଇ ଦୀପାବଳୀ ମନାଇଥିଲେ । ମୈସୁରର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣଶିଳା ଉପରେ ନିର୍ମିତ ମୂର୍ତ୍ତିକୁ ମନ୍ଦିର ଗର୍ଭଗୃରେ ସ୍ଥାପନ କରାଯାଇଥିଲା ।

ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ପାଇଁ ୩ଟି ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଶ୍ୟାମଳ ରଙ୍ଗର ଶ୍ରୀରାମ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ଦୁଇଟି ମୂର୍ତ୍ତି କେଉଁଠି ସ୍ଥାପନ କରାଯିବ ତାହାକୁ ନେଇ ଏବେ ରାମଭକ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଅଳଙ୍କୃତ ରାମଲଲାଙ୍କ ଦ୍ୱିତୀୟ ବିଗ୍ରହର ଛବି ସାମ୍ନାକୁ ଆସିଛି । ଏହାକୁ ପ୍ରଥମ ମହଲାରେ ସ୍ଥାପନ କରାଯିବାର ସମ୍ଭାବନା ରହିଛି । ଏହି ମୂର୍ତ୍ତିକୁ ସତ୍ୟ ନାରାୟଣ ପାଣ୍ଡେ ନିର୍ମାଣ କରିଛନ୍ତି ।

ଦ୍ୱିତୀୟ ମୂର୍ତ୍ତି ସ୍ୱର୍ଣ୍ଣ ବର୍ଣ୍ଣର ହୋଇଥିବା ବେଳେ ସେଥିରେ ଭଗବାନ ରାମଙ୍କ ଚରଣରେ ହନୁମାନ ବିରାଜମାନ କରିଛନ୍ତି । ଭଗବାନ ବିଷ୍ଣୁଙ୍କ ଅବତାରକୁ ଚାରି ପାଖରୁ ପ୍ରସ୍ତୁତ କରାଯାଇଛି । ସେହିପରି ତୃତୀୟ ବିଗ୍ରହକୁ ବର୍ତ୍ତମାନ ପ୍ରତୀକ୍ଷା କରାଯାଇଥିବା ବେଳେ କର୍ଣ୍ଣାଟକର ଗଣେଶ ଭଟ୍ଟ ତାହାକୁ ନିର୍ମାଣ କରିଛନ୍ତି । ତୃତୀୟ ମୂର୍ତ୍ତି ପ୍ରସ୍ତୁତ ହୋଇସାରିଥିବା ବେଳେ ତାହାକୁ ବର୍ତ୍ତମାନ ସୁଦ୍ଧା ସାର୍ବଜନିକ କରାଯାଇ ନାହିଁ । ତାହାକୁ ମଧ୍ୟ ରାମ ମନ୍ଦିରରେ ସ୍ଥାପିତ କରାଯିବ ।

Get real time updates directly on you device, subscribe now.