fbpx
BSKY SKY
BSKY SKY

ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା: ସାମ୍ନାକୁ ଆସିଲା ରାମଲଲାଙ୍କ ପ୍ରଥମ ପୂର୍ଣ୍ଣ ଚିତ୍ର

BSKY

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ସେନେଇ ସମସ୍ତ ବିଧି-ବିଧାନ ଅନୁଯାୟୀ ପ୍ରସ୍ତୁତି ପ୍ରକ୍ରିୟା ସରିଥିବା ବେଳେ ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କର ସୁଅ ଛୁଟିଛି । ଏହା ପୂର୍ବରୁ ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଥିବା ବେଳେ ମୂର୍ତ୍ତିର ମୁଖା ଆଚ୍ଛାଦିତ କରାଯାଇଥିଲା ।

ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ସାମ୍ନାକୁ ଆସିଛି ରାମଲଲାଙ୍କର ପ୍ରଥମ ପୂର୍ଣ୍ଣ ଛବି । ପ୍ରଭୁ ଶ୍ରୀରାମଙ୍କ ହସ ହସ ମୁହଁ ସାଙ୍ଗକୁ ମଥାରେ ତିଳଙ୍କ ତାଙ୍କୁ ଆହୁରି ଆକର୍ଷଣୀୟ କରିଦେଇଛି । ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଅଭିଷେକ ସମାରୋହ ପୂର୍ବରୁ ଗତ ୧୮ ତାରିଖ ଦ୍ୱିପ୍ରହର ସମୟରେ ରାମ ଜନ୍ମଭୂମି ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଙ୍କ ନୂଆ ମୂର୍ତ୍ତି ରଖାଯାଇଥିଲା । କ୍ରେନ ସାହାଯ୍ୟରେ ରାମଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ମହିମାକୁ ସାରା ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିଜେ ପ୍ରଧାନମନ୍ତ୍ରୀ ଉପବାସ କରିବା ସହିତ ପଇଡ଼ ପାଣି ପିଇ ରହୁଛନ୍ତି । ମୋଦୀ ୧୧ ଦିନିଆ ରୀତିନୀତି ପାଇଁ ଚଟାଣରେ କମ୍ବଳ ପକାଇ ଶୋଉଛନ୍ତି । ସମଗ୍ର ବିଶ୍ୱରୁ ବହୁ ସାଧୁ, ସନ୍ଥ, ବ୍ରାହ୍ମଣ, ପଣିତଙ୍କ ସହିତ ହଜାର ହଜାର ଅତିଥି ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ଅତିଥିମାନେ ଅଯୋଧ୍ୟାରେ ପାଦ ଦେବା ପରେ ସେମାନଙ୍କୁ ଏକ ଖାସ୍ ଉପହାର ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ରାମଲଲାଙ୍କ ମନ୍ଦିରରେ ଗର୍ଭଗୃହ ହେବ ଓ ସେଠାରେ ପାଞ୍ଚଟି ମଣ୍ଡପ ରହିବ । ମନ୍ଦିର ଗ୍ରାଉଣ୍ଡ ଫ୍ଲୋରରରେ ହେବା ସହିତ ମନ୍ଦିରର ଅନ୍ୟ ଫ୍ଲୋର ଅନୁଷ୍ଠାନ ପାଇଁ ରହିବ । ସେଠାରେ ଅଲଗା ଅଲଗା ପ୍ରକାରର ଯଜ୍ଞ ଓ ଅନୁଷ୍ଠାନ ହେବ ବୋଲି କୁହାଯାଇଛି । ରାମ ମନ୍ଦିର ପାଇଁ ଅଯୋଧ୍ୟା ଆଗାମୀ ଦିନରେ ଏକ ବିଶ୍ୱ ପର୍ଯ୍ୟଟନ ହବରେ ପରିଣତ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.