fbpx

୫୦୦ ଟଙ୍କିଆ ନୋଟରେ ଲାଗିବ ପ୍ରଭୁ ଶ୍ରୀରାମଙ୍କ ଫଟୋ? ଜାନୁୟାରୀ ୨୨ରେ ଜାରି ହେବ ନୂଆ ମୁଦ୍ରା

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ମିଡିଆ ଏବଂ ସୋସିଆଲ ମିଡିଆ ସବୁଠି ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିରକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହାମଧ୍ୟରେ ଏକ ମାମଲା ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ଏଣିକି ୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ରହିବ ପ୍ରଭୁ ଶ୍ରୀରାମଙ୍କ ଫଟୋ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ସ୍ପେଶାଲ ନୋଟ ଜାରି କରିବେ ବୋଲି ଦାବି କରାଯାଉଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଆଲୋଚନା ହେବାରେ ଲାଗିଛି ।

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବ୍ୟତୀତ ନୋଟରେ ଆହୁରି ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଲାଲକିଲ୍ଲା ବଦଳରେ ନୋଟରେ ସ୍ଥାନ ପାଇଛି ଅଯୋଧ୍ୟାର ଶ୍ରୀରାମ ମନ୍ଦିର । ଏହାସହିତ ପ୍ରଭୁ ରାମଚନ୍ଦ୍ରଙ୍କ ଧନୁ-ଶର ମଧ୍ୟ ଏହି ୫୦୦ ଟଙ୍କିଆ ନୋଟରେ ସ୍ଥାନ ପାଇଛି । ଆସନ୍ତା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରିଜର୍ଭ ବ୍ୟାଙ୍କ ତରଫରୁ ଏହି ନୋଟ ଜାରି କରାଯିବ ବୋଲି ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖାଯାଇଛି । ଏହି ପୋଷ୍ଟ ସମସ୍ତ ଦେଶବାସୀଙ୍କୁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ତେବେ ଏହା ଏକ ମିଥ୍ୟା ଖବର ବା ଗୁଜବ ବୋଲି ପ୍ରମାଣିତ ହୋଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୫୦୦ ଟଙ୍କିଆ ନୋଟର ଫଯୋ ସମ୍ପୂର୍ଣ୍ଣ ମିଛ ଏବଂ ନକଲି ବୋଲି ସୂଚନା ଦିଆଯାଇଛି । ଏହାକୁ ବିଶ୍ୱାସ କରିବା ଏବଂ ଏହାକୁ ସେୟାର କରିବା ଭଳି ଘଟଣା ଇତ୍ୟାଦିରୁ ନିଜକୁ ଦୂରେଇ ରଖିବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏଭଳି ମିଥ୍ୟା ଗୁଜବର ପ୍ରଚାର ପ୍ରସାର ପାଇଁ ବ୍ୟବହାର ନ କରିବାକୁ ୟୁଜର ଅପିଲ କରିଛନ୍ତି ।

Get real time updates directly on you device, subscribe now.