ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିର୍ମାଣ କମିଟି ଅଧ୍ୟକ୍ଷଙ୍କ ସୂଚନା , ଏହି ଦିନ ସରିବ ରାମ ମନ୍ଦିର ନିର୍ମାଣ କାମ

ଜୁନ୍ ୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ ରାମ ମନ୍ଦିର ନିର୍ମାଣ କାମ ।

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ଏହା ସହିତ, ମନ୍ଦିରରେ ଭକ୍ତମାନଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଉଛି ।

ଜୁନ୍ ୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ ରାମ ମନ୍ଦିର ନିର୍ମାଣ କାମ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିର୍ମାଣ କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ରାମ ମନ୍ଦିରରେ ସୁଗ୍ରୀବ ଦୁର୍ଗରୁ ପରକୋଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ସୁବିଧା ପାଇଁ ଏକ ଚାନ୍ଦୁଆ ନିର୍ମାଣ କରାଯିବ । ଯଦିଓ ଏହି ସୁବିଧା ପୂର୍ବରୁ ଅସ୍ଥାୟୀ ଭାବରେ ଚାଲୁଛି, ଯିବା ଆସିବା ପାଇଁ ଏହି ରାସ୍ତା ମୋଟ ଏକ କିଲୋମିଟର । ସେଠାରେ ସ୍ଥାୟୀ ଭାବରେ ଏକ ଚାନ୍ଦୁଆ ନିର୍ମାଣ କରାଯିବା ନେଇ ଯୋଜନା ରହିଛି ।

ଏଥିରେ ବିଦ୍ୟୁତ୍ ଠାରୁ ଆରମ୍ଭ କରି ପାଣି ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛି ରହିବ । ତେବେ କହିରଖୁଛୁ କି, ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ କିଛି ଦିନ ପୂର୍ବରୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍‌ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଥିଲା ।

ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି କୁହାଯାଇଥିଲା । ତେବେ ଅନେକ ଦିନରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଜୁନ୍ ୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି କୁହାଯାଇଛି ।