ନୂଆଦିଲ୍ଲୀ: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବାକୁ ଆଉ ମାତ୍ର କିଛି ଘଣ୍ଟା ହିଁ ବାକି ରହିଛି । ଏହାକୁ ନେଇ ସାରା ଦେଶ ଭକ୍ତିମୟ ହୋଇଉଠିଛି । ସମସ୍ତେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଚାହିଁ ବସିଛନ୍ତି । କେବଳ ଦେଶ ମଧ୍ୟରେ ନୁହେଁ ବିଦେଶରେ ବି ଏହାକୁ ନେଇ ଜବରଦସ୍ତ ଉତ୍ସାହ ଦେଖାଦେଇଛି । ବିଶ୍ୱ ସାରା କଳାକାରମାନେ ନିଜ ନିଜ ଅନ୍ଦାଜରେ ଭଗବାନ ଶ୍ରୀରାମଙ୍କ ଆଗମନକୁ ସ୍ୱାଗତ କରିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ରାମଙ୍କ ଏକ ଭଜନ ବି ଖୁବ୍ ଭାଇରାଲ ହେଉଛି ଯାହାକୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱରରେ ବୋଲାଯାଇଛି ।
The most appropriate use of AI so far… pic.twitter.com/ClkDSF9e6u
— Ranvijay Singh (@ranvijayT90) January 20, 2024
AI ଟେକନିକ୍ ଏତେ ଆଗକୁ ବଢିବାରେ ଲାଗିଛି କି ଏବେ ଆମେ ଏହା ଜରିଆରେ ଭୂତ ଓ ଭବିଷ୍ୟ ସବୁକିଛି ଦେଖିପାରିବା । ଏବେ –ଲତା ମଙ୍ଗେସକରଙ୍କ ସ୍ୱରରେ ରାମ ଭଜନ ପ୍ରସ୍ତୁତ କରିଛି । ଏହା ଶୁଣିବା ପରେ ଆଦୌ ଲାଗୁନାହିଁ କି ଲତାଜୀ ଆଉ ଆମ ଗହଣରେ ନାହାନ୍ତି ବୋଲି । ସୋସିଆଲ ମିଡିଆରେ ଏହି ରାମ ଭଜନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭଜନକୁ ଟୁଇଟରରେ @ranvijayT90 ନାମକ ୟୁଜର ସେୟାର କରିଛନ୍ତି । ଏ ପର୍ଯ୍ୟନ୍ତ ଏହାକୁ ୫ ଲକ୍ଷ ଲୋକ ଶୁଣିସାରିଲେଣି ।