fbpx
BSKY SKY
BSKY SKY

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରାକ୍ଟରରେ ଯାଉଥିଲେ ଯାତ୍ରୀ: ଗାଡ଼ି ଓଲଟିବାରୁ ୧୫ ଜଣ…

BSKY

ନୟାଗଡ଼: ଟ୍ରାକ୍ଟରରେ ଯାତ୍ରୀଙ୍କୁ ନେବା ଆଜି କାଳ ପାଲଟିଯାଇଛି । ୧୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଓଲଟି ପଡ଼ିଛି ଏହି ଟ୍ରାକ୍ଟର । ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ ମିଳିଛି । ଫତେଗଡ଼ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀଙ୍କୁ ଗାଡ଼ିରେ ନେଇ ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିଛି । ଫଳରେ ଏଭଳି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି ଯାତ୍ରୀ । ତେବେ ସୂଚନା ମିଳିଛି ଯେ, ଟ୍ରାକ୍ଟରଟି ପାହାଡ଼ ଉପରକୁ ଏକ ବିପଦ ସଂକୁଳ ରାସ୍ତା ଦେଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭାପୁର ମେଡିକାଲକୁ ନିଆଯାଇଥିବା ବେଳେ ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.