fbpx
BSKY SKY
BSKY SKY

ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; ଦେଖନ୍ତୁ କିପରି ରହିଛି ମନ୍ଦିର ଗର୍ଭଗୃହର ଦୃଶ୍ୟ

BSKY

ଓଡ଼ିଶା ଭାସ୍କର: ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଆଉ ମାତ୍ର ଅଳ୍ପ ଦିନ ରହିଲା। ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ ଭବ୍ୟ ମନ୍ଦିର କିପରି ଦେଖାଯିବ ତାହା ଜାଣିବାକୁ ସାରା ଦେଶରେ ଲୋକମାନେ ଉତ୍ସୁକ ଅଛନ୍ତି। ରାମ ମନ୍ଦିରରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ ହେବାକୁ ଥିବା ଗର୍ଭଗୃହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଜାନୁଆରୀ ୨୨ ତାରିଖରେ ଏହି ମୂର୍ତ୍ତି ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

ଜାନୁଆରୀ ୨୨ ହେଉଛି ଭଗବାନ ରାମଙ୍କ ପ୍ରତ୍ୟେକ ଭକ୍ତଙ୍କ ପାଇଁ ବହୁ ପ୍ରତୀକ୍ଷିତ ତିଥି । ମନ୍ଦିର ଭିତରେ ଥିବା ନିଜ ପ୍ରିୟ ରାମଲଲାଙ୍କ ଦର୍ଶନକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହା ସହ ଯେଉଁ ଗର୍ଭଗୃହରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଯଥେଷ୍ଟ ଚର୍ଚ୍ଚା ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଭଗବାନ ରାମଙ୍କ ମୂର୍ତ୍ତି ପାଇଁ ଏକ ସୁନ୍ଦର ସିଂହାସନ ତିଆରି କରାଯାଇଛି । ଧଳା ମାର୍ବଲରେ ପୂରା ଗର୍ଭଗୃହ ନିର୍ମାଣ କରାଯାଉଛି। ଖାଲି ସେତିକି ନୁହେଁ ମାର୍ବଲ ଉପରେ ସୁନ୍ଦର ଓ ଚମତ୍କାର କାରୁକାର୍ଯ୍ୟ ମଧ୍ୟ କରାଯାଇଛି। ଏହି କାରୁକାର୍ଯ୍ୟ ଏତେ ଉତ୍କୃଷ୍ଟ ଯେ, ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି ଅନ୍ୟ ସବୁ କିଛି ଭୁଲି ଗର୍ଭଗୃହର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ଆକର୍ଷିତ ହୋଇଯିବ।

ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଭାରତବାସୀଙ୍କ ପାଇଁ ବହୁତ ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ରଖିଛି । ବାରାଣସୀର ଜଣେ ବୈଦିକ ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଜାନୁଆରୀ ୨୨ ରେ ରାମଲଲାଙ୍କ ପବିତ୍ର ସମାରୋହର ମୁଖ୍ୟ ରୀତିନୀତି ସମ୍ପାଦନ କରିବେ । ଜାନୁଆରୀ ୧୪ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ଅଯୋଧ୍ୟାରେ ଅମୃତ ମହାଉତ୍ସବ ଅନୁଷ୍ଠିତ ହେବ ।

 

Get real time updates directly on you device, subscribe now.