ଦେଖନ୍ତୁ (Video) ରାମଲଲାଙ୍କ ସୂର୍ଯ୍ୟ ତିଲକର ଅପୂର୍ବ ଦୃଶ୍ୟ, ଲାଭହେବ ରାମଙ୍କ କୃପା, ମିଳିବ ଦିବ୍ୟ ଅନୁଭୂତି
ରାମଲଲାଙ୍କ ଜନ୍ମଦିନରେ ଲାଗିଲା ସୂର୍ଯ୍ୟ ତିଲକ । ଦୃଶ୍ୟ ଦେଖି ଭକ୍ତ ହେଲେ ବିଭୋର ।
ଅଯୋଧ୍ୟା: ଉତ୍ତର ପ୍ରଦେଶ ରାମଜନ୍ମ ଭୂମି ଅଯୋଧ୍ୟାର ଭବ୍ୟ ରାମଲଲାଙ୍କ ମସ୍ତକରେ ଝଟକିଲା ସୂର୍ଯ୍ୟ ତିଲକ । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରାମ ମନ୍ଦିରରେ ଭବ୍ୟ ଆୟୋଜନ କରାଯାଇଛି ।
ଏବସରରେ ରାମଙ୍କଠାରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା । ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଡିଜାଇଲନ କରାଯାିଥିବା ଦର୍ପଣ ଓ ଲେନ୍ସ ଜରିଆରେ ରାମଲଲାମଙ୍କ ମସ୍ତକରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା ।
ବର୍ଷକୁ ଥରେ ରାମ ନବମୀରେ ହିଁ ରାମଲଲାଙ୍କଠାରେ ସୂର୍ଯ୍ୟ ତିଲକ ଲଗାଯାଇଥାଏ । ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ଦ୍ୱାରା ସୂର୍ଯ୍ୟ ତିଲକ ପାଇଁ ମିରର ଓ ଲେନ୍ସ ଡିଜାଇନ୍ କରାଯାଇଛି । ଦର୍ପଣ ଓ ଲେନ୍ସକୁ ଏପରି ଭାବେ ଅବସ୍ଥାନ କରାଯାଏ, ଯାହାଦ୍ୱାରା ସୂର୍ଯ୍ୟଙ୍କ କିରଣକୁ ସିଧାରଳଖ ରାମଙ୍କ ମସ୍ତକରେ ଦିଆଯାଏ ।
୬ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଲକ ରାମଲଲାଙ୍କ ମସ୍ତକରେ ଲଗାଯାଇଥାଏ । ଦୂରଦର୍ଶନରେ ରାମଲଲାଙ୍କ ସୂର୍ଯ୍ୟ ତିଲକର ଲାଇଭ ବ୍ରଡକାଷ୍ଟ କରାଯାଇଥିଲା । ମନ୍ଦିରରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିଲେ ମନ୍ଦିର ବାହାରେ ଥିବା ଭକ୍ତ ରାମଲଲାଙ୍କ ସୂର୍ଯ୍ୟ ତିଲକର ଅପୂର୍ବ ଦୃଶ୍ୟ ଉପଭୋଗ କରିଥିଲେ ।
Watch: Ram Lalla is adorned with the ‘Surya Tilak’ on his forehead in Ayodhya on the occasion of Ram Navami
(Video Source: DD) pic.twitter.com/ISQo9BUtaJ
— IANS (@ians_india) April 6, 2025