ଅଯୋଧ୍ୟାରେ ରାମ ମନ୍ଦିର ଲାଗି ଏ ପର୍ଯ୍ୟନ୍ତ ଆସିଲାଣି କେତେ ଚାନ୍ଦା? ଭାରତରେ ସବୁଠାରୁ ଅଧିକ ଚାନ୍ଦା କିଏ ଦେଇଛନ୍ତି ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଲାଗି ଦେଶ ବିଦେଶରୁ ରାମ ଭକ୍ତ ହୃଦୟଖୋଲି ଦାନ ଦେଇଛନ୍ତି । ଯେତେବେଳେ ରାମ ମନ୍ଦିରର ଭିିତ୍ତିପ୍ରସ୍ତର ରଖାଯାଇଥିଲା ସେତେବେଳେ କାହାକୁ ଜଣା ନ ଥିଲା କି ଏତେମାତ୍ରାରେ ଦାନ ମିଳିବ ଯେ ଏଥିରୁ ମିଳିଥିବା ସୁଧରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ ହୋଇଯିବ । ଏ ପର୍ଯ୍ୟନ୍ତ ରାମ ମନ୍ଦିର ଲାଗି ୫୦୦୦କୋଟି ଟଙ୍କାରୁ ଅଧିକ ଦାନ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁଯାୟୀ ମନ୍ଦିରର ସମର୍ପଣ ନିଧି ବାଲା ଆକାଉଣ୍ଟକୁ ଏ ପର୍ଯ୍ୟନ୍ତ ୩୨୦୦କୋଟି ଟଙ୍କା ଆସିଛି ।
ଏଠାରେ ସୂଚାଇ ଦିଆଯାଇପାରେ କି ରାମ ମନ୍ଦିର ଟ୍ରଷ୍ଟ ଦେଶର ୧୧କୋଟି ଲୋକଙ୍କ ଠାରୁ ୯୦୦କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଡିସେମ୍ବର ସୁଦ୍ଧା ରାମ ମନ୍ଦିର ଲାଗି ୫୦୦୦କୋଟି ଟଙ୍କାରୁ ଅଧିକ ପ୍ରାପ୍ତ ହୋଇସାରିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କହିବା ଅନୁଯାୟୀ ରାମ ମନ୍ଦିର ନିର୍ମାଣ ଲାଗି ଏ ପର୍ଯ୍ୟନ୍ତ ୧୮ କୋଟି ରାମଭକ୍ତ ଭାରତୀୟ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦାରେ ପ୍ରାୟ ୩,୨୦୦କୋଟି ଟଙ୍କା ଜମା କରିଛନ୍ତି । ଟ୍ରଷ୍ଟ ଏହି ସମସ୍ତ ଦାନ ଟଙ୍କାକୁ ଏଫ୍ଡି କରାଇ ଦେଇଥିଲେ । ଯେଉଁଥିରୁ ମିଳୁଥିବା ସୁଧରୁ ମନ୍ଦିରର ବର୍ତ୍ତମାନ ସ୍ୱରୂପ ପର୍ଯ୍ୟନ୍ତ ନିର୍ମାଣ ହୋଇଯାଇଛି ।
ତେବେ ଟ୍ରଷ୍ଟର ୱେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁସାରେ ସବୁଠାରୁ ଅଧିକ ଦାନ ଆଧ୍ୟାତ୍ମିକ ଗୁରୁ ଓ କଥାବାଚକ ମୋରାରୀ ବାପୁ ଦେଇଛନ୍ତି । ମୋରାରୀ ବାପୁ ରାମ ମନ୍ଦିର ଲାଗି ୧୧.୩ କୋଟି ଟଙ୍କା ଦାନ କରିଛନ୍ତି । ଏହା ବ୍ୟତିତ ଆମେରିକା, କାନାଡା, ବ୍ରିଟେନରେ ରହୁଥିବା ରାମଭକ୍ତ ୮କୋଟି ଟଙ୍କା ଦାନ କରିଛନ୍ତି । ସେହିପରି ରାମ ମନ୍ଦିର ନିର୍ମାଣ ଲାଗି ଗୁଜରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲକିୟା ୧୧କୋଟି ଟଙ୍କା ଦାନ କରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ରାମ ମନ୍ଦିର ନିର୍ମାଣ ଲାଗି ଚାନ୍ଦା ସଂଗ୍ରହ କରିବାର ଅଭିଯାନ ୧୪ ଜାନୁୟାରୀ ୨୦୨୧ରୁ ଆରମ୍ଭ ହୋଇଥିଲା । ଏହି ସମୟରେ ରାଷ୍ଟ୍ରପତି ଥିଲେ ରାମନାଥ କୋବିନ୍ଦ । ରାମନାଥ କୋବିନ୍ଦ ହିଁ ରାମ ମନ୍ଦିର ଲାଗି ସର୍ବପ୍ରଥମେ ଚାନ୍ଦା ଦେଇଥିଲେ । ତେବେ ରାମ ମନ୍ଦିର ଲାଗି ପ୍ରଥମ ବିଦେଶ ଚାନ୍ଦା ଆମେରିକା ଦେଇଥିଲା ।