fbpx

ଗେରୁଆ କୁର୍ତ୍ତାରେ ନଜର ଆସିବେ ନାହିଁ ରାମ ମନ୍ଦିର ପୂଜାରୀ…ଡ୍ରେସ୍ କୋଡ୍ ସହ ଏହି ନିୟମରେ ହେଲା ପରିବର୍ତ୍ତନ

Advertisement

ଲକ୍ଷ୍ନୌ: ଅଯୋଧ୍ୟା ସ୍ଥିତ ଭବ୍ୟ ରାମ ମନ୍ଦିର ନିୟମକୁ ନେଇ ପୁଣି ଥରେ ବଡ଼ ପରିବର୍ତ୍ତନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟ ପୂଜାରୀଙ୍କ ପାଇଁ ନୂତନ ଡ୍ରେସ୍ କୋଡ୍ ଲାଗୁ କରିଛନ୍ତି । ବର୍ତ୍ତମାନ ରାମ ମନ୍ଦିରର ପୂଜାରୀ ଗେରୁଆ ରଙ୍ଗ ପୋଷାକ ପରିବର୍ତ୍ତେ ପାରମ୍ପରିକ ହଳଦିଆ ରଂଗ ପୋଷାକରେ ନଜର ଆସିବେ । ମନ୍ଦିର କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଜୁଲାଇ ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି ।

ଏକ ରିପୋର୍ଟରୁ ପ୍ରକାଶ ମନ୍ଦିର ଟ୍ରଷ୍ଟ ଡ୍ରେସ୍ କୋଡ୍ ନିୟମ ସହ ପୂଜାରୀଙ୍କ ପାଇଁ ଅନ୍ୟ ନିଦେ୍ର୍ଦଶାବଳୀ ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ ଏଣିକି ରାମ ମନ୍ଦିର ପୂଜାରୀ ହଳଦିଆ ରଂଗର ଧୋତି ସହ ଚୌବନ୍ଦି(ଏକ ପ୍ରକାର କୁର୍ତ୍ତା) ଏବଂ ପଗଡ଼ିରେ ନଜର ଆସିବେ । ଏହା ପୂର୍ବରୁ ରାମ ଲଲାଙ୍କ ଗର୍ଭଗୃହରେ ଥିବା ପୂଜାରୀ ଗେରୁଆ ଧୋତି, କୁର୍ତ୍ତା ଓ ଗେରୁଆ ପଗଡ଼ି ପିନ୍ଧୁଥିଲେ । ଏହା ବ୍ୟତୀତ ପୂଜାରୀ ମନ୍ଦିରକୁ ଫୋନ୍ ନେବା ପାଇଁ ବାରଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏପର ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି । କହିରଖୁଛୁ ପଗଡ଼ି ବାନ୍ଧିବା ପାଇଁ ପୂଜାରୀଙ୍କୁ ସ୍ୱତନ୍ତ୍ରୀ ତାଲିିମ ଦିଆଯାଇଛି । ରାମ ମନ୍ଦିରର ମୁଖ୍ୟ ପୂଜାରୀଙ୍କୁ ସହଯୋଗ କରିବା ପାଇଁ ୪ ଜଣ ସହାୟକ ପୂଜାରୀ ନିଯୁକ୍ତ ହୋଇଥାନ୍ତି । ବର୍ତ୍ତମାନ ଟ୍ରଷ୍ଟ ପ୍ରତ୍ୟେକ ସହାୟକ ପୂଜାରୀଙ୍କ ଅନ୍ତର୍ଗତ ୫ ଜଣ ଟ୍ରେନୀ ପୂଜାରୀଙ୍କୁ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି ଟ୍ରେନି ପୂଜାରୀ ସକାଳ ୩ଟା ୩୦ରୁ ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ସେବା ଯୋଗାଇବେ । ଟ୍ରଷ୍ଟ ଅନୁଯାୟୀ ପୂଜାରୀର ପ୍ରତ୍ୟେକ ଟିମକୁ ସର୍ବନିମ୍ନ ୫ ଘଣ୍ଟାର ସେବା ପ୍ରଦାନ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.