fbpx

ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ବୟ୍ ଫ୍ରେଣ୍ଡ୍ ରାକେଶ କରିଥିଲା ହତ୍ୟା

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଝରାଫୁଲ ହତ୍ୟା ଘଟଣାର ଆଜି ସବୁ ରହସ୍ୟ ଖୋଲିଛି ପୋଲିସ୍ । ଝରାଫୁଲକୁ ହତ୍ୟା କରାଯାଇଛି । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇ ଥିଲା । ଶ୍ୱାସରୁଦ୍ଧ କରି ଝରାଫୁଲକୁ ହତ୍ୟା କରାଯାଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ତାଙ୍କୁ ହତ୍ୟା କରିଥିଲେ ବୋଲି ଯାଜପୁର ଏସପି ରାହୁଲ ପିଆର୍ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାଇକ୍ କିଣିବା ପାଇଁ ଝରାଫୁଲ ତାଙ୍କୁ ଟଙ୍କା ଦେଇଥିଲେ । ଟଙ୍କା ଫେରାଇବାକୁ ଲେଟ୍ ହେବାରୁ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ଟଙ୍କା ନଫେରାଇଲେ ଘରେ କହିଦେବ ବୋଲି ଝରାଫୁଲ ରାକେଶକୁ ଧମକ୍ ଦେଇଥିଲା । ଟଙ୍କା ଦେବା ବାହାନରେ ରାକେଶ ତାଙ୍କୁ ଡକାଇଥିଲା । ଜନ୍ମଦିିନ ପାର୍ଟିକୁ ଆସିଥିବା ଝରାଫୁଲକୁ ଅଟକାଇ ଥିଲା ରାକେଶ । ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେ଼ଇ ବଳପୂର୍ବକ ମଦ ପିଆଇ ଝରାଫୁଲର ଚେତା ଶୂନ୍ୟ କରିଦେଇଥିଲା । ପରେ ଶ୍ୱାସରୁଦ୍ଧ କରି ତାକୁ ହତ୍ୟା କରିଥିଲା ରାକେଶ । ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ପିଙ୍ଗିବାର ବ୍ୟବସ୍ଥା କରିଥିଲା । ଘଟଣାରେ ରାକେଶ ସହ ୩ ଜଣଙ୍କୁ ଗରଫ କରାଯାଇଛି । ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ଏସପି । ଖୁବ୍ ଶୀଘ୍ର ସେମାଙ୍କ ଉପରେ ର୍ଚାସିଟି ଦାଖଲ କର।ଯିବା ନେଇ କହିଛନ୍ତି ଯାଜପୁର ଏସପି ।

ସୂଚନା ଅନୁସାରେ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁଙ୍କୁ ଭୁବନେଶ୍ୱରରୁ ଆଜି ଗିରଫ କରିଥିଲା ଯାଜପୁର ପୋଲିସ୍   ।  ଅଭିଯୁକ୍ତ ଶକ୍ତିଶେଖର ଗିରଫ ନେଇ ସୂଚନା ଦେଇଥିଲେ ଯାଜପୁର ଏସପି । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ । ଖବର ଅନୁସାରେ ରମାଦେବୀ ମହିଳା କଲେଜର ଛାତ୍ରୀ ଥିଲେ ଝରାଫୁଲ ।

୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ମୃତ୍ୟୁର ପୂର୍ବ ରାତିରେ ଝରାଫୁଲ ତାଙ୍କ ସହ ଖଣ୍ଡଗିରି ଧର୍ମବିହାରସ୍ଥିତ ‘ଶିବସାଇ ଗେଷ୍ଟ୍ ହାଉସ୍’ର ରୁମ୍ ନଂ ୨୦୧ରେ ରହିଥିଲେ ବୋଲି ଜେରା ବେଳେ ରାକେଶ କହିଥିଲେ । ଗେଷ୍ଟ ହାଉସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ରାକେଶ ଓ ତାଙ୍କ ବନ୍ଧୁ ଶକ୍ତିଶେଖର ସ୍ୱାଇଁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଇ ଯାଇଥିବା ଜଣାପଡ଼ିଥିଲା ।

 

Get real time updates directly on you device, subscribe now.