fbpx

ଜନ୍ମଭୂମୀରୁ ବାହାରକୁ ଆସିବେନି ରାମଲଲା: ଅଯୋଧ୍ୟାରେ ରଦ୍ଦ ହେଲା ଶୋଭାଯାତ୍ରା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚୀ ରହିଛି । କିନ୍ତୁ ବର୍ତ୍ତମାନ ସୂଚୀ ମଧ୍ୟରେ ଏକ ପରିବର୍ତ୍ତନ ହୋଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ହେବାକୁ ଥିବା ଶୋଭାଯାତ୍ରାକୁ ସ୍ଥଗିତ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜାନୁୟାରୀ ୧୭ ତାରିଖରେ ହେବାକୁ ଥିବା ଏହି ଶୋଭାଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଏଜେନ୍ସିର ପରାମର୍ଶ ଅନୁସାରେ, ମନ୍ଦିର ଟ୍ରଷ୍ଟ ଏହି ଶୋଭାଯାତ୍ରା ରଦ୍ଦ କରିଛନ୍ତି । ତେବେ ଜାନୁୟାରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜନ୍ମଭୂମୀ ପରିସର ମଧ୍ୟରେ ରାମଲଲାଙ୍କ ପ୍ରତିମା ଭ୍ରମଣ କରାଯିବ ।

ଜାନୁୟାରୀ ୧୬ ତାରିଖରେ ସରାୟୁ ନଦୀ କୂଳରେ ମନ୍ଦିର ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ‘ଯଜମାନ’ଦ୍ୱାରା ପ୍ରାୟଶ୍ଚିତ ଅନୁଷ୍ଠାନ ପରେ ରାମଲଲାଙ୍କ ନୂତନ ପ୍ରତିମା ସହ ଅଯୋଧ୍ୟା ସହରରେ ଏକ ଶୋଭାଯାତ୍ରା ହେବାର ଥିଲା । କିନ୍ତୁ ସୁରକ୍ଷା ଏଜେନ୍ସି ଏହାକୁ ବାରଣ କରିଛନ୍ତି । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ଶୋଭାଯାତ୍ରାକୁ ରଦ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁରକ୍ଷା ବିଭାଗର ଅଧିକାରୀ । ତେଣୁ ଏହି ପରାମର୍ଶ ଅନୁସାରେ, ରାମଲଲାଙ୍କ ପବିତ୍ର ଶୋଭାଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ।

Get real time updates directly on you device, subscribe now.