fbpx

ରାବଣ ବଦ୍ଧ ସହ ସରିଲା ରାମାୟଣ ,ଆଜିଠୁ ଉତ୍ତର ରାମାୟଣ

ଭୁବନେଶ୍ୱର:୧୯ ।୪(ଓଡିଶାଭାସ୍କର):ଲକ ଡାଉନରେ ଘରେ ବୋର ହେଉଥିଲେ ଲୋକେ । ଖାସ ସେଥିପାଇଁ ରାମାନନ୍ଦ ସାଗରଙ୍କ ରାମାୟଣ ଓ ମହାଭାରତର ପ୍ରସାରଣ ଆରମ୍ଭ କରିଥିଲା ଦୁରଦର୍ଶନ । ତା ସହ ଶକ୍ତିମାନ ଭଳି ସୁପରହିରୋର କାହାଣୀ ବି ଲୋକେ ଦେଖିଥିଲେ । ସମସ୍ତ ସିରିଏଲ ବି ଜବରଦସ୍ତ ଟିଆରପି ହାସଲ କରିଥିଲା । କିନ୍ତୁ ୩ ସପ୍ତାହର ପ୍ରସାରଣ ପରେ ଆଜି ଦିନ ୯ଟାରେ ଶେଷ ଏପିସୋଡ ପ୍ରସାରିତ ହୋଇଛି ।ଯେଉଁଥିରେ ରାବଣ ବଦ୍ଧ ହୋଇଛି । ଏହା ସହିତ ବିଭୀଷଣ ବସିଛନ୍ତି ଲଙ୍କା ଗାଦିରେ । ରାବଣ ବଦ୍ଧ ଦେଖି ଲୋକେ ଖୁସ ,କିନ୍ତୁ ଜାଣିନାହାନ୍ତି ଯେ ଏହା ସହ ରାମାୟଣର ସବୁ ଏପିସୋଡ ଶେଷ ହୋଇଯାଇଛି । ଖାସ ସେଥିପାଇଁ ପ୍ରସାରଭାରତୀ ଉତ୍ତର ରାମୟଣ ବା ଲବକୁଶ ଏପିସୋଡ ଆରମ୍ଭ କରୁଛି ।ରାମାୟଣ ପ୍ରସାରିତ ହେଉଥିବା ସମୟ ଅର୍ଥାତ ଦିନ ୯ଟାରେ ହିଁ ଏହାର ପ୍ରସାରଣ କରାଯିବ ।ଏଥିରେ ମୋଟ ୩୯ଟି ଏପିସୋଡ ରହିଛି ।

Get real time updates directly on you device, subscribe now.