fbpx

ଟ୍ରେଣ୍ଡ ବଦଳାଇଲେ ‘ରାମାୟଣ’ର ଶ୍ରୀରାମ: ୫ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି ଅଭିନେତା ଅରୁଣ ଗୋଭିଲ

Advertisement

ନୂଆଦିଲ୍ଲୀ: ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୯୬ଟିରେ, କଂଗ୍ରେସ ୨୩୦ଟିରେ ଓ ଅନ୍ୟ ଦଳ ୧୭ଟି ଆସନରେ ଅଗ୍ରଣୀ ରହିଛନ୍ତି । ଟ୍ରେଣ୍ଡ ତଳ-ଉପର ହେଉଥିବାରୁ ଅନ୍ତିମ ରାଉଣ୍ଡ ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ।

ତେବେ ଉତ୍ତରପ୍ରଦେଶର ମେରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ‘ରାମାୟଣ’ ଧାରାବାହିକର ଅଭିନେତା ଅଭିନେତା ଅରୁଣ ଗୋଭିଲ୍ ଏହା ମଧ୍ୟରେ ଟ୍ରେଣ୍ଡ ବଦଳାଇ ଦେଇଛନ୍ତି । କିଛି ସମୟ ପୂର୍ବରୁ ଅରୁଣ ପଛରେ ୮ ହଜାରରୁ ଅଧିକ ଭୋଟ ପଛରେ ରହିଥିବା ବେଳେ ଏବେ ସେ ୫, ୮୧୬ଟି ଭୋଟରେ ଆଗରେ ରହିଛନ୍ତି । ଅରୁଣଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିର ସୁନିତା ବର୍ମା ୫ ଲକ୍ଷ ୧୦ ହାରଜ ୯୭୫ଟି ଭୋଟ ପାଇ ପଛରେ ରହିଛନ୍ତି ।

Get real time updates directly on you device, subscribe now.