fbpx

‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲ ୮ ହଜାର ଭୋଟ ପଛରେ

ନୂଆଦିଲ୍ଲୀ: ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୮୯ଟିରେ, କଂଗ୍ରେସ ୨୩୬ଟିରେ ଓ ଅନ୍ୟ ଦଳ ୧୮ଟି ଆସନରେ ଅଗ୍ରଣୀ ରହିଛନ୍ତି । ଟ୍ରେଣ୍ଡ ତଳ-ଉପର ହେଉଥିବାରୁ ଅନ୍ତିମ ରାଉଣ୍ଡ ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ମେରଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ତଥା ରାମାୟଣର ରାମ ଚରିତ୍ରର ଅଭିନେତା ଅରୁଣ ଗୋଭିଲ ପଛରେ ରହିଛନ୍ତି । ଉକ୍ତ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନିତା ବର୍ମା ୮,୪୯ଟି ଭୋଟରେ ରହିଛନ୍ତି । ଅରୁଣ ୩ ଲକ୍ଷ ୮ ହଜାର ୫୧୧ଟି ଭୋଟ ପାଇ ଟ୍ରେଣ୍ଡର ପଛରେ ରହିଛନ୍ତି । ସେହିପରି ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେବବ୍ରତ କୁମାର ତ୍ୟାଗୀ ୩ ଲକ୍ଷ ୪୦ ହଜାର ୮୫୯ଟି ଭୋଟ ପାଇଛନ୍ତି ।

Get real time updates directly on you device, subscribe now.