fbpx

ଜାନୁଆରୀ ୨୨ରେ ପୁଣି ଉତ୍ସବମୁଖର ହେବ ଦେଶ, ଅଯୋଧ୍ୟାରେ ଶ୍ରୀରାମଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା: ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇପାରି ନ ଥିବାକୁ ନେଇ ଦୁଃଖି ଅଛନ୍ତି କି? ତେବେ ଦୁଃଖ କରନ୍ତୁ ନାହିଁ । ହୋଇପାରିବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ । କଥାଟା ଅଡୁଆ ଲାଗୁଥାଇପାରେ, ହେଲେ ଏହା ସତ୍ୟ । ୨୦୨୫ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପୁନର୍ବାର ପ୍ରଭୁ ରାମଚନ୍ଦ୍ରଙ୍କ ହେବ ପ୍ରାଣ ପ୍ରତିଷ୍ଠା । ଏହି ନିଷ୍ପତି ମନ୍ଦିରର ନିର୍ମାଣ କମିଟି ବୈଠକରେ ହୋଇଛି ।

ଭବନ ନିର୍ମାଣ ସମିତି ଅଧ୍ୟକ୍ଷ ନିପେନ୍ଦ୍ର ମିଶ୍ର କହିଛନ୍ତି କି, ମନ୍ଦିର ପ୍ରଙ୍ଗଣରେ ଅନ୍ୟାନ୍ୟ ମନ୍ଦିର ସହ ଉପର ମହଲାରେ ରାମ ଦରବାର ନିର୍ମାଣ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ସେହି କାମ ଶେଷ ହୋଇଯିବ ଓ ଆସନ୍ତା ଜାନୁଆରୀ ତୃତୀୟ ସପ୍ତାହରେ ରାମ ଦରବାରରେ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ତେଣି ଏହି ତାରିଖ ସାରା ଦେଶ ପାଇଁ ଏକ ମହାନ ଦିନ ହେବ ।

ତେବେ ଗତ ଜାନୁଆରୀରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ମନ୍ଦିରର ପ୍ରଥମ ମହଲାରେ ହୋଇସାରିଛି । ଏଠି ବାଳ ରାମଙ୍କୁ ସ୍ଥାପନ କରାଯାଇଛି । ଦ୍ୱିତୀୟ ମହଲାରେ ରାମ ଦରବାର ନିର୍ମାଣ ହେଉଛି । ରାମ ଦରବାରରେ ପ୍ରଭୁ ରାମ, ମାତା ସୀତା, ଲକ୍ଷ୍ମଣ, ହନୁମାନ, ଭରତ ଓ ଶତ୍ରୁଘ୍ନଙ୍କ ପ୍ରତିମୂର୍ତ୍ତି ରହିବ । ଏବେ ଏହି ସବୁ ମୂର୍ତ୍ତି ରାଜସ୍ଥାନର ଜୟପୁରରେ ନିର୍ମାଣ କରାଯାଉଛି । ମୂର୍ତ୍ତି ସବୁ ଧୋବ ଫରଫର ଚିକ୍ଣ ଧଳା ମାର୍ବଲରେ ହେଉଛିା ରାମ ଦରବାରର ବିଗ୍ରହଗୁଡିକର ଉଚ୍ଚତା ୪.୫ ଫୁଟ ହେବ ।

ଏଠାରେ କହି ରଖୁଛୁ କି, ଦୀର୍ଘ ୫୦୦ ବର୍ଷର ଲମ୍ବା ଲଢେଇ ପରେ ଆଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରତିଷ୍ଠା କରାଯାଇଥିଲା । ୨୦୨୪ ଜାନୁଆରୀ ୨୨ରେ ଯେତେବେଳେ ରାମ ଲଲାଙ୍କ ବିଗ୍ରହ ପ୍ରତିଷ୍ଠା କରାଗଲା, ସାରା ଦେଶ ଉତ୍ସବ ମୁଖର ହୋଇଯାଇଥିଲା । ପୁଣି ଆସନ୍ତା ବର୍ଷ ଜାନୁଆରୀ ୨୨ରେ ଦେଶ ଆଉ ଏକ ଉତ୍ସବ ପାଳିବାକୁ ଯାଉଛି ।

Get real time updates directly on you device, subscribe now.