fbpx

ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ଜାମିନ୍, କୋର୍ଟ ରଖିଲେ ଏଭଳି ସର୍ତ୍ତ

ନୂଆଦିଲ୍ଲୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ସାଂସଦ ନବନୀତ ରାଣା ଓ ତାଙ୍କର ପତି ବିଧାୟକ ରବି ରାଣାଙ୍କୁ ୧୧ ଦିନ ପୂର୍ବରୁ ଗିରଫ କରାଯାଇଥିଲା । ତେବେ ଦୁହିଁଙ୍କୁ କିଛି ସର୍ତ୍ତରେ ଜାମିନ୍ ଦିଆଯାଇଛି । ଯଦି ସେମାନେ ଉକ୍ତ ସର୍ତ୍ତକୁ ଅବମାନନା କରନ୍ତି, ତେବେ ଦୁହିଁଙ୍କର ଜାମିନ ରଦ୍ଦ କରିଦିଆଯିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ରାଣା ଦମ୍ପତି ଏହି ମାମଲା ସହିତ ଜଡ଼ିତ କୌଣସି କଥା ମିଡ଼ିଆ ଆଗରେ କହିପାରିବେ ନାହିଁ । ଏଥିସହିତ କେସର କୌଣସି ପ୍ରମାଣକୁ ନଷ୍ଟ କରିପାରିବେ ନାହିଁ । ଯେଉଁ ମାମଲାରେ ଦୁହେଁ ଗିରଫ ହୋଇଥିଲେ ସେପରି କୌଣସି କାର୍ଯ୍ୟ ପୁନର୍ବାର ନ କରିବାକୁ କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଚାଲିଥିବା ଲାଉଡସ୍ପିକର ବିବାଦକୁ ନେଇ ନବନୀତ ସିଏମ୍ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ନବନୀତଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ରାଣା ଦମ୍ପତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନାମରେ ରାଜଦ୍ରୋହ ମାମଲା ଦାୟର କରାଯାଇଥିଲା ।

Get real time updates directly on you device, subscribe now.