fbpx

ରଙ୍ଗିଲା ତହସିଲଦାର: ପରକୀୟା ପ୍ରିତୀର ଅଭିଯୋଗ ଆଣିଲେ ସ୍ତ୍ରୀ, ଦେଖନ୍ତୁ Video

ରାଜଗାଙ୍ଗପୁର(ଓଡ଼ିଶା ଭାସ୍କର):ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ନିଜର କାର୍ଯ୍ୟ କଳାପ କୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଆଜି ତାଙ୍କ ଧର୍ମ ପତ୍ନୀ ତାଙ୍କ ନାମରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ଙ୍କ ଧର୍ମ ପତ୍ନୀ ଡ଼ାଲିଆ ଦେବନାଥ ଆଜି ରାଜଗାଙ୍ଗପୁର ଥାନା ରେ ପହଁଚି ତାଙ୍କ ସ୍ୱାମୀ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ଦୁଇ ଝିଅଙ୍କୁ ମାଡ଼ ମାରି ତାଙ୍କ ଠାରୁ ମୋବାଇଲ ନେଇ ଯାଇଛନ୍ତି । ଏବଂ ଏହି କାରଣରୁ ତାଙ୍କ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉପାରୁନାହିଁ ବୋଲି ଅଭିଯୋଗ ସ୍ତ୍ରୀ ।

ତାଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀଙ୍କ ବହୁ ଝିଅଙ୍କ ସହ ସମ୍ପର୍କ ରହିଥିବା ବେଳେ ସେ ଗୋଟେ ଝିଅକୁ ନେଇ ରାଉରକେଲାରେ ଲିଭ ଇନ ରିଲେସନ ସିପରେ ରହୁଥିବା ବେଳେ ତାଙ୍କ ଦୁଇ ଝିଅ ଏ ବିଷୟରେ ଜାଣିଥିଲେ । ଏହା ସହ ତହସିଲ ଦାର ନିଜ ଝିଅଙ୍କୁ ସମ୍ପୃକ୍ତ ଯୁବତିଙ୍କୁ ମା ବୋଲି ଡାକିବାକୁ ବାଧ୍ୟ କରିଥିଲେ । ଏ ନେଇ ତାଙ୍କ ଝିଅ ନିଜ ମା ଙ୍କୁ ଖବର ଦେଇଥିଲେ । ଏହା ଜାଣିବା ପରେ ତହସିଲ ଦାର ତାଙ୍କ ଝିଅଙ୍କ ପାଖରେ ଥିବା ମୋବାଇଲକୁ ଛଡାଇ ନେଇ ଥିବା ବେଳେ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉପାରୁନାହିଁ ।

ଯାହା ଫଳରେ ସେ ଚିନ୍ତିତ ଅଛନ୍ତି ଓ ତାଙ୍କ ଝିଅ ମାନଙ୍କ ପ୍ରତି ବିପଦ ରହିଛି । ତାଙ୍କ ଝିଅ ସହ ସାକ୍ଷାତ କରାଇଦିଆଯିବା ସହ ତାଙ୍କ ସ୍ୱାମୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ନେଇ ଥାନା ରେ ଅଭିଯୋଗ କରିଛନ୍ତି । ରାଜଗାଙ୍ଗପୁର ଥାନାରେ ଅଭିଯୋଗ ଦେବା ପରେ ସେ ବର୍ତ୍ତମାନ ଏସପି ଅଫିସର ଦ୍ୱାରସ୍ଥ ହୋଇ ଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.