fbpx

ବାଂଲାଦେଶର ‘ରାଣୀ’ ବାମନ ବାଛୁରୀ; ଦେଖିଲେ ଥରେ ଆଉଁଶିବାକୁ ଇଚ୍ଛା ହେବ..

ଢାକା: ବାଂଲାଦେଶରେ ବାମନ ବାଛୁରୀ ରାଣୀ ଦେଶବ୍ୟାପୀ ଆକର୍ଷଣର କେନ୍ଦ୍ର ପାଲଟିଛି । ଦେଶବ୍ୟାପୀ ଲକଡାଉନ ଜାରି ଥିଲେ ମଧ୍ୟ ଏହି ବାଛୁରୀଟିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଲାଇନ୍ ଲାଗୁଛି । ବାଛୁରୀର ମାଲିକ ଏହାକୁ ବିଶ୍ୱର ଛୋଟ ବାଛୁରୀ ବୋଲି ଦାବି କରୁଥିବା ବେଳେ ଏହାର ଉଚ୍ଚତା ମାତ୍ର ୫୧ ସେଣ୍ଟିମିଟର (୨୦ ଇଞ୍ଚ) ରହିଛି । ଦେଖିଲେ ଥରେ ଆଉଁଶି ଦେବାକୁ ଲୋକେ ଇଚ୍ଛା କରୁଛନ୍ତି।

ଦେଶବ୍ୟାପୀ ଲକଡାଉନ ରହିଥିବା ପରେ ମଧ୍ୟ ଢାକାରୁ ୩୦ କିମି ଦୂରରେ ରହିଥିବା ରାଣୀଙ୍କୁ ଦେଖିବା ପାଇଁ ଲୋକ ଚାରିଗ୍ରାମରେ ପହଞ୍ଚୁଛନ୍ତି । ବିଗତ ୩ ଦିନ ମଧ୍ୟରେ ଏହି ବିସ୍ମୟ ବାଛୁରୀକୁ ଦେଖିବା ପାଇଁ ୧୫ ହଜାର ଲୋକ ଆସିଥିବା କହିଛନ୍ତି ବାଛୁରୀର ମାଲିକ ।

ଜୁନ୍ ୨୦୧୪ରେ ମାଣିକ୍ୟମ ନାମକ ଏକ ଭେଚୁର ପ୍ରଜାତିର ଗାଇକୁ ବିଶ୍ୱର କ୍ଷୁଦ୍ରତମ ଗାଇର ମାନ୍ୟତା ମିଳିଥିଲା । ରାଣୀ ହେଉଛି ଭୁଟି ବା ଭୁଟାନିଜ୍ ପ୍ରଜାତିର । ଏହି ପ୍ରଜାତିର ଅନ୍ୟ ଗାଇମାନେ ବେଶ ହୃଷ୍ଟପୁଷ୍ଟ ହୋଇଥିବା ବେଳେ ରାଣୀ ଶରୀରରେ ରହିଥିବା ଜିନଗତ ଦୁର୍ବଳତା ପାଇଁ ତାର ଉଚ୍ଚତା ବଢୁନଥିବା ଜଣାପଡିଛି । ତେବେ ରାଣୀଙ୍କୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ରୋକ ଲଗାଇବା ପାଇଁ ପଶୁ ଚିକିତ୍ସା ବିଭାଗ ମୁଖ୍ୟ ସାଜେଦୁଲ ଇସଲାମ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.