fbpx

(Video) ସାଢ଼େ ୭ ବର୍ଷ ଧରି ସବୁ ସମ୍ପର୍କ ରଖିଲା, ହେଲେ ଏବେ ତୋର ଇଜ୍ଜତ ନାହିଁ କହି ବାହା ହେବାକୁ ମନା କରୁଛି: ରାଣୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରନ୍ତି । ତେବେ ଏହା ମଧ୍ୟରେ ରାଣୀ ନିଜ ବ୍ୟକ୍ତିଗତ ଜୀବନର କିଛି ଅକୁହା କଥାକୁ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ।

ରାଣୀ କହିଛନ୍ତି, ପାଖାପାଖି ୮ ବର୍ଷ ହେଲା ମୁଁ ବହୁ କଷ୍ଟ ସହି ଆସୁଛି । ଏତେ ଭଲପାଇବାର ପରିଣାମ ମୋତେ ଏଇଆ ମିଳିଲା । ମୁଁ ନ୍ୟାୟ ଚାହୁଁଛି । ମୋର ମାନ, ଇଜ୍ଜତ ସବୁ ମାଟିରେ ମିଶି ଯାଇଛି । ତେଣୁ ସେ ପିଲା ଓ ତାଙ୍କର ପରିବାର ଲୋକ ସମସ୍ତେ ଆସିବା ଦରକାର । ବିକ୍ରମ ବିକାଶ ଓରଫ କାହ୍ନା ଓ ତାଙ୍କର ବାପା କୁନା ଦାସ ଆସିବା ଦରକାର । ସେମାନେ ଆସି ମୋ ସହିତ ଆଲୋଚନା କରିବା ଦରକାର । ତାଙ୍କ ପୁଅର ଭୁଲ୍ କି ମୋର ଭୁଲ୍ ସେମାନେ ହିସାବ କରନ୍ତୁ । ମୋତେ ବାହାହେଲେ ତାଙ୍କର ପରିବାରର ଇଜ୍ଜତ ଚାଲିଯିବ ବୋଲି ତାଙ୍କ ପୁଅ ମୋତେ କହିଛି । ସେ ଯଦି ଏହା ପୂର୍ବରୁ ଜାଣିଥିଲେ ତେବେ ମୋ ସହିତ ବର୍ଷ ବର୍ଷ ଧରି କାହିଁକି ସମ୍ପର୍କରେ ରହିଥିଲେ ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।

ସେ ମୋତେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ନିର୍ଯାତନା ଦେଇ ଶେଷ ମୁହୂର୍ତ୍ତରେ ମୋତେ ବର୍ବାଦ କରିଦେଲା । ମୁଁ ଏହି କଥା ସୋସିଆଲ ମିଡ଼ିଆରେ ଛାଡ଼ିବାରୁ ସେ ମୋତେ ନାନା ଧମକ ଚମକ ଦେବା ଆରମ୍ଭ କଲା । ତାଙ୍କର ନେତା ମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କର କିଛି କରିପାରିବି ନାହିଁ ବୋଲି କହିଥିଲେ । ରାଣୀ ପଣ୍ଡା ମିଛ କହିବାକୁ ପସନ୍ଦ କରେନି । ମୁଁ ତାଙ୍କୁ କେତେ ଟଙ୍କା ସାହାଯ୍ୟ, ସହଯୋଗ କରିଥିଲି ସେକଥା କହିବାକୁ ଚାହୁଁନି । ତେଣୁ ଗଣମାଧ୍ୟମ, ଓଡ଼ିଶାବାସୀ ମୋତେ ସାହାଯ୍ୟ କରନ୍ତୁ । ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ଯେଉଁ ନିର୍ଯାତନା ଦେଇଛନ୍ତି ମୁଁ ତା’ର ନ୍ୟାୟ ଚାହୁଁଛି । ଏନେଇ ରାଣୀ ତାଙ୍କର ପୁରୁଷ ବନ୍ଧୁଙ୍କସ ମେତ ଅନ୍ୟ ୩ ଜଣଙ୍କ ନାମରେ ମହିଳା ଥାନାରେ ଏତଲା ଦେଇଛନ୍ତି ।

Get real time updates directly on you device, subscribe now.