fbpx
BSKY SKY
BSKY SKY

ରାନୁ ମଣ୍ଡଳଙ୍କ ‘କଚ୍ଚା ବାଦାମ୍’ ଗୀତ ଶୁଣି ମୁଣ୍ଡରେ ହାତ ହେଲେ ୟୁଜର୍, ଦେଖନ୍ତୁ ଭିଡିଓ

BSKY

ମୁମ୍ବାଇ: ସୋସିଆଲ୍ ମିଡିଆରେ ବର୍ତ୍ତମାନ କଚ୍ଚା ବାଦାମ୍ ଗୀତ ଛାଇ ହୋଇ ରହିଛି । ଗୀତଟି ଏବେ ଟ୍ରେଣ୍ଡିଂରେ ରହିଛି । ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତାୀ ଡାନ୍ସ ଭିଡିଓ କରି ଅପଲୋଡ୍ କରୁଥିବା ଦେଖିବାକୁ ମିଳୁଛି । “କଚ୍ଚା ବାଦାମ୍” ଗୀତଟିକୁ ପଶ୍ଚିମବଙ୍ଗର ଜଣେ ବାଦାମ୍ ବିକ୍ରେତା ଭୁବନ ନାମକ ଜଣେ ଲୋକ ଗାଇଛନ୍ତି । ଏହାକୁ ସୋସିଆଲ୍ ମିଡିଆରେ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି । ଏବେ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଅନ୍ଦାଜରେ ଗାଇଛନ୍ତି ଯାହାକୁ ଶୁଣି ୟୁଜର୍ ମାନେ ମୁଣ୍ଡରେ ହାତ ଦେଇଛନ୍ତି । ରାନୁଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଗୀତଟିକୁ ଗାଇ ରାନୁ ମଣ୍ଡଳ ଏବେ ଜୋରଦାର୍ ଟ୍ରୋଲ୍ ହେଉଛନ୍ତି । ଭିଡିଓ ସାମନାକୁ ଆସିବା ପରେ ଲୋକମାନେ ରାନୁଙ୍କ ମଜାକ୍ ଉଡାଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି- “ଓମ୍ ଶାନ୍ତି ବାଦାମ୍” । ଅନ୍ୟ ଜଣେ ଲେଖିଛନ୍ତି ଯେ, “ତୁମେ ରହିବାକୁ ଦିଅ, ତୁମ ଦ୍ୱାରା ହୋଇପାରିବ ନାହିଁ” । ଆଉ ଜଣେ ଲେଖିଛନ୍ତି, “ହିମେଶଙ୍କ ଦ୍ୱାରା ବାରମ୍ବାର ଭୁଲ ହେବନି” ।

Get real time updates directly on you device, subscribe now.