fbpx

(Video) ‘ସିମ୍ବା ଅବ ସୁପରମ୍ୟାନ ବନ ଗୟା ହୈ..’, ଭିଡିଓରେ ଦେଖନ୍ତୁ କିପରି ରିଲରୁ ରିୟଲ ହିରୋ ହେଲେ ରଣବୀର ସିଂହ

ନୂଆଦିଲ୍ଲୀ: ଅଜୟ ଦେବଗନ, ରଣବୀର ସିଂହ, ଅକ୍ଷୟ କୁମାର, କରୀନା କପୂର, ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ‘ସିଂଘମ ଏଗେନ’ର ଟ୍ରେଲର ଲଞ୍ଚ କରାଯାଇଛି। ଯାହା ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି। ଏହି ଇଭେଣ୍ଟରେ ରଣବୀର ସିଂହ ମଧ୍ୟ ସାମିଲ ଅଛନ୍ତି ଏବଂ ଏହି ସମୟରେ ଅଭିନେତାଙ୍କ ହୃଦୟ ସ୍ପର୍ଶୀ କାର୍ଯ୍ୟର କ୍ଷଣ ମଧ୍ୟ ଦେଖିବାକୁ ମିଳିଛି। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଆସନ୍ତୁ ଜାଣିବା କାରଣ..

ଏକ ଇଭେଣ୍ଟରେ ଯେତେବେଳେ ରଣବୀର ସିଂ ନିଜ ଫ୍ୟାନ୍ସଙ୍କୁ ଭେଟିବାକୁ ପହଞ୍ଚିଥିଲେ, ସେତେବେଳେ ସେ ଦେକିବାକୁ ପାଇଲେ ଯେ, ଜଣେ ଛୋଟ ଝିଅ ଭିଡରେ ଫସିଯାଇଛି ଏବଂ ବହୁତ କାନ୍ଦୁଛି। ବିନା ଦ୍ୱିଧାରେ, ରଣବୀର ତାଙ୍କୁ ସାହାଯ୍ୟ କରିଥିଲେ। ସେ ଶିଶୁକୁ କୋଳଇ ନେଇ, ତାକୁ ଯତ୍ନର ସହ ତା’ ମାଆ ପାଖରେ ପହଞ୍ଚାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଧମାଲ କରିଛି ଏବଂ ଲୋକେ ରଣବୀରଙ୍କ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରୁଛନ୍ତି।

ରଣବୀରଙ୍କ ଏହି କାର୍ଯ୍ୟକୁ ନେଇ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସିମ୍ବା ଅବ ସୁପରମ୍ୟାନ ବନ ଗୟା ହୈ’, ଅନ୍ୟ ୟୁଜର ଲେଖିଛନ୍ତି, ‘ପାପା ବନନେ କା ଅସର’। ଅନ୍ୟ ୟୁଜର୍ସ ଏହି ଘଟଣା ପରେ ରଣବୀରଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେ ଭଲ ବାପା ହୋଇସାରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏଥିପାଇଁ ଭଗବାନ ତାଙ୍କୁ ଝିଅ ଦେଇଛନ୍ତି, ସେ ଏଥିପାଇଁ ଯୋଗ୍ୟ’।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.