fbpx

୪୩ ବର୍ଷ ବୟସରେ କାରନାମା: ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା

ନୂଆଦିଲ୍ଲୀ, ୯ା୨: ପଶ୍ଚିମବଙ୍ଗରେ ଜଣେ ୪୩ ବର୍ଷର ଯୁବକ ଜଣେ ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଛନ୍ତି । ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅଭିଯୁକ୍ତର ଘର ବିହାରରେ ବୋଲି ଜଣାପଡ଼ିଛି । ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିରୋଧରେ ପୋକସୋ ଆକ୍ଟ ଆଇପିସି ଧାରା ୩୦୨, ୩୭୬ ବି ଆଦି ମାମଲା ଦାୟର କରାଯାଇଛି । ନାବାଳିକା ଜଣକ ନିଖୋଜ ହେବା ପରେ ତାଙ୍କର ପରିବାର ବର୍ଗ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ସୁରକ୍ଷା କର୍ମୀ ସହ ମିଶି ଏହି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତ ଓ ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.