fbpx

ନାବାଳିକାକୁ ୧ ମାସଧରି ଗଣଦୁଷ୍କର୍ମ କରୁଥିଲେ ୫ ରାକ୍ଷସ!

ମାହାଙ୍ଗା, ୩୦ା୪ (ଓଡିଶା ଭାସ୍କର)  : ସାଲେପୁରରୁ ଏକ ଚାଞ୍ଚଲ୍ୟକର ଖବର ଆସିଛି । ସେଠାରେ ଜଣେ ନାବାଳିକାକୁ ୧ ମାସ ଧରି ନିର୍ଦ୍ଦୟ ଭାବେ ଗଣଦୁଷ୍କର୍ମ କରାଯାଇଛି । ନାବାଳିକାର ଘରକୁ ୫ ଜଣ ଲୋକ ଆସି ତାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ମାହାଙ୍ଗା ଥାନାରେ ପୀଡିତାଙ୍କ ବଡ ଭଉଣୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ଅଭିଯୋଗ ଆଧାରରେ ପୋଲିସ୍ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଅଟକ ରଖି ତାଙ୍କୁ ଘଟଣା ସର୍ମ୍ପକରେ ଜେରା କରୁଛି ପୋଲିସ୍ । ପୀଡିତା ନାବାଳିକା ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି । ଉକ୍ତ ୫ ଜଣ ନାବାଳିକାର ମା’ କୁ ଡରାଇ ଧମକାଇ ମାସେ କାଳ ଦୁଷ୍କର୍ମ କରିଥିବା ସୁଚନାରୁ ଜଣାପଡିଛି ।

Get real time updates directly on you device, subscribe now.