fbpx

ଯାଜପୁର ଖରସ୍ରୋତାରେ ଧୀବରଙ୍କ ଜାଲରେ ପଡ଼ିଲା ବିରଳ ମାଛ, ୬ ମାଛ ମୁଣ୍ଡେଇକି ନେଇଗଲେ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଚାରିପାଖରୁ କିଛି ଅଜବ ପ୍ରକାରର ପଶୁ, ପକ୍ଷୀ, ଜୀବଜନ୍ତୁ ଉଦ୍ଧାର ହୋଇଥାନ୍ତି । ତେବେ ଯାଜପୁର ଜିଲ୍ଲାରୁ ମିଳିଛି ଏପରି ବିରଳ ପ୍ରଜାତିର ମାଛ । ଧୀବରଙ୍କ ଜାଲରେ ମୋଟ ୬ଟି ମାଛ ପଡ଼ିଥିବା ବେଳେ ସବୁ ମାଛଗୁଡ଼ିକର ଓଜନ ଅଧ କ୍ୱିଣ୍ଟାଲରୁ ଅଧିକ । ଏହି ଭିନ୍ନ ପ୍ରଜାତିର ମାଛଗୁଡ଼ିକୁ ଦେଖିବାକୁ ପାଇଁ ଜନସାଧାରଣ ରୁଣ୍ଡ ହୋଇଥିଲେ ।

ସାଧାରଣ ଭାବେ ଆପଣମାନେ ଅତି ବେଶୀରେ ୫ କେଜିଆ ବା ୧୦ କେଜିଆ ମାଛ ଦେଖିଥିବେ । ମାତ୍ର ୫୦ କେଜିରୁ ଅଧିକ ଓଜନରର ମାଛ ମିଳିବା ନିହାତି ପକ୍ଷେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସୂଚନା ମୁତାବକ, ଆଜି ସକାଳେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡ଼ିଆ ଆନିକଟର ଖରସ୍ରୋତା ନଦୀରେ ଧୀବରମାନେ ଜାଲ ବସାଇଥିଲେ ।

ତେବେ ଜାଲରେ ୬ଟି ଅମଛା ମାଛ ପଡ଼ିଥିବା ଧୀବରମାନେ ଦେଖିବାକୁ ପାଇଥିଲେ । ପରେ ଧୀବରମାନେ ସବୁ ମାଛଗୁଡ଼ିକୁ ଆଣି ଓଜନ କରାଇଥିଲେ । ତେବେ ସେହି ମାଛଗୁଡ଼ିକର ଓଜନ ୭୨, ୬୮, ୬୨, ୫୦, ୪୮.୫ ଓ ୪୮ କିଲୋ ହୋଇଥିଲା । ଏହି ମାଛମାନଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ରୁଣ୍ଡ ହୋଇଥିଲେ । ପରେ ଧୀବରମାନେ ମାଛଗୁଡ଼ିକୁ କାଟି ଲୋକମାନଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି । ଧୀବରମାନେ ଉକ୍ତ ବିଶାଳକାଳ ମାଛଗୁଡ଼ିକ ମୁଣ୍ଡରେ ବୋହି ନେଉଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.