fbpx

ମହିଳା କନେଷ୍ଟବଳଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ: ପୁରୁଷ ସିପାହୀଙ୍କ ସହ କରୁଥିଲେ ଏମିତି କାମ

ଓଡିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଭିଡିଓ ସାମାନ୍ୟ ଅଲଗା । ଯାହା ଜଣେ ମହିଳା କନେଷ୍ଟବଳଙ୍କ ସହ ଜଡିତ । ଦୁଇ ସାଥୀ ପୁରୁଷ କର୍ମଚାରୀଙ୍କ ସହ ଡ୍ୟୁଟି ସମୟରେ କିି ଏମିତି କରିବାର ଏକ ଭିଡିଓ ଭାଇରାଲ ହୋଇଛି । ୟୁନିଫର୍ମରେ ଥାଇ ମଧ୍ୟ ଏମିତି କରିଥିବାରୁ ଶାସ୍ତି ସ୍ୱରୂପ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ତାଙ୍କ ସହିତ ଉଭୟ ପୁରୁଷ କର୍ମଚାରୀମାନଙ୍କୁ ମଧ୍ୟ ନିଲମ୍ବତ କରାଯାଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଏହି ଭିଡିଓ ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ଶାହାବାଦ କୋତବଲୀ ଅଞ୍ଚଳର ବୋଲି ଜଣାଯାଇଛି । ହେଲ୍ପ ଡେସ୍କରେ ବସିଥିବା ବସୁଧା ମିଶ୍ରା ଜଣେ ମହିଳା କନେଷ୍ଟବଳ ମୋବାଇଲରେ ରିଲ ଭିଡିଓ କରୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମହିଳା ସିପାହୀଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ପରିସରରେ ରହିଛନ୍ତି ବସୁଧା । ଏକ ଭିଡିଓରେ ସେ ଦୁଇ ପୁରୁଷ ସାଥୀ କର୍ମଚାରୀଙ୍କ ସହ ‘ହିରୋ ତୁ ମେରା ହିରୋ ହୈ’ ଗୀତରେ ରିଲ କରିଛନ୍ତି ।

ଅନ୍ୟ ଏକ ଭିଡିଓରେ ପୋଲିସ ଜୀପ ଉପରେ ବସି ‘ରାଜ’ ଚଳଚ୍ଚିତ୍ରର ଏକ ଭିଡିଓ ମଧ୍ୟ ରିଲ କରିଥିବା ଦେଖାଯାଇଛି । ବସୁଧା ମିଶ୍ରାଙ୍କ ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଏସପି ଏହି ମାମଲାର ଯାଞ୍ଚ କରିବା ସହ ସମସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି । ତେବେ ପୁରୁଣା ଭିଡିଓ ସବୁ ଡିଲିଟ କରି ଦିଆଯାଇଥିଲେ ମଧ୍ୟ ଏସବୁର ବିଭାଗୀୟ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.