fbpx

ସମୟ ପୂର୍ବରୁ ଛୁଆ ଜନ୍ମ, ଗର୍ଭରେ ଶିଶୁର ମୃତ୍ୟୁ, ଶିଶୁର ଓଜନ କମ୍: ଏହି ସମସ୍ୟାର କାରଣ କ’ଣ, ଜାଣନ୍ତୁ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଗର୍ଭଧାରଣକୁ ନେଇ କିଛି ମହିଳାଙ୍କ ପାଖରେ ସବିଶେଷ ଜ୍ଞାନ ନଥାଏ । ଫଳରେ ଏହାର ଭୟଙ୍କର ପରିଣାମ ସେମାନେ ଭୋଗ କରିଥାନ୍ତି । ତେବେ ଗରମ ସିଜିନରେ ଗର୍ଭବତୀ ମହିଳାଙ୍କ ଗର୍ଭପାତର ବିପଦ ଅଧିକ ରହିଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ପଛରେ ଅନେକ କାରଣ ରହିଛି । ଆମେରିକାର ଏକ ରିସର୍ଚ୍ଚ ଟିମ୍ ପକ୍ଷରୁ ଏପରି ରିପୋର୍ଟ ପ୍ରଦାନ କରାଯାଇଛି ।

ଏନେଇ ଏକ ରିସର୍ଚ୍ଚ ଟିମ୍ ଆଠ ବର୍ଷ ଧରି ଗବେଷଣା ଚଳାଇଥିଲେ । ସେଥିପାଇଁ ୬ ହଜାର ମହିଳାଙ୍କ ପ୍ରେଗନାନ୍ସିକୁ ଟ୍ରାକ୍ କରାଯାଇଥିଲା । ତେବେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଗର୍ଭପାତ ହାର ଅଧିକ ରହିଥିବା ଷ୍ଟଡିରୁ ସ୍ପଷ୍ଟ ହୋଇଥିଲା । ଫେବୃଆରୀ ମାସ ଅପେକ୍ଷା ଅଗଷ୍ଟରେ ଗର୍ଭପାତ ୪୪ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଥିଲା । ଗର୍ଭବତୀ ହେବାର ୮ ସପ୍ତାହ ପୂରଣ ହେବା ପୂର୍ବରୁ ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଦେଖାଯାଇଥିଲା ।

ତେବେ ବିଶେଷଜ୍ଞଙ୍କ ମତରେ, ଗରମ ପାଣିପାଗ ଓ ଅଧିକ ହିଟ୍ ଲାଇଫଷ୍ଟାଇଲ ହିଁ ଏହି ଗର୍ଭପାତର ମୁଖ୍ୟ କାରଣ । ତେବେ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି । ଗରମ ସିଜିନରେ ଗର୍ଭଧାରଣକୁ ନେଇ ଆହୁରି ଅନେକ ବିପଦ ବଢ଼ିଯାଇଥାଏ । ସମୟ ପୂର୍ବରୁ ଛୁଆକୁ ଜନ୍ମ ଦେବା, ଶିଶୁର ଓଜନ କମ୍ ହେବା, ଗର୍ଭରେ ଶିଶୁ ମୃତ୍ୟୁବରଣ କରିବା ଏହି ସମସ୍ୟା ମଧ୍ୟରେ ସାମିଲ ରହିଛି ।

ତେବେ ଗର୍ଭପାତର ବିପଦ ଫେବୃଆରୀ ମାସ ତୁଳନାରେ ଅଗଷ୍ଟରେ ୩୧ ପ୍ରତିଶତ ଅଧିକ ରହିଥିଲା । ଯେଉଁ ମହିଳାମାନେ ଅଧିକ ଗରମ ଅଞ୍ଚଳରେ ରହୁଥିଲେ, ସେମାନଙ୍କ ଠାରେ ଗର୍ଭପାତର ବିପଦ ଅଧିକ ରହିଥିଲା । ତେବେ ଗରମ ଜଳବାୟୁ ଗର୍ଭଧାରଣକୁ ପ୍ରଭାବିତ କରିପାରିବ ବୋଲି ଏବେ ସ୍ପଷ୍ଟ ହୋଇନାହିଁ । ଗରମ ସମୟରେ ଗର୍ଭବତୀ ମହିଳାଙ୍କ ଠାରେ ଜଳୀୟ ଅଂଶ କମ୍ କାରଣରୁ ସେମାନଙ୍କର ପଲେସେଣ୍ଟାର ବିକାଶ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହା ଫଳରେ ୟୁଟ୍ରସରେ ବ୍ଲକ ସର୍କୁଲେସନ ଠିକ୍ ଭାବେ ହୁଏ ନାହିଁ । ଗର୍ଭପାତକୁ ରୋକଯାଇ ପାରିବ ନାହିଁ ମାତ୍ର ଗର୍ଭବତୀମାନେ ସ୍ମୋକିଂ, ମଦ, ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.