fbpx

(Video) କ୍ରିକେଟ ଇତିହାସର ଏକ ବିରଳ ଇନିଂସ! ଶେଷ ଦୁଇ ଓଭରରେ ସଂଗ୍ରହ ହେଲା ୬୧ ରନ୍, ୧୦ ଓଭର ଖେଳରେ ବ୍ୟାଟ୍ସମ୍ୟାନଙ୍କ ଶତକ ଅର୍ଜନ

ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ କୁହାଯାଇଥାଏ । କେତେବେଳେ ଗୋଟିଏ ଓଭରରେ ୬ଟି ବଲରେ ୬ଟି ଛକା ହୋଇଥାଏ ତ ଆଉ କେତେବେଳେ ପ୍ରତି ବଲରେ ୱିକେଟର ପତ୍ତନ ଘଟିଥାଏ । ତେବେ ଏହା ମଧ୍ୟରେ କ୍ରିକେଟ ଇତିହାସର ଏକ ବଡ଼ ରୋମାଞ୍ଚକର ବିଜୟ ଦେଖିବାକୁ ମିଳିଛି । ୟୁରୋପିଆନ କ୍ରିକେଟରେ ଅଷ୍ଟ୍ରିଆ ଓ ରୋମାନିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏପରି ଦେଖିବାକୁ ମିଳିଛି । ଶେଷ ଦୁଇ ଓଭରରୁ ୬୧ ରନ୍ ସଂଗ୍ରହ ହୋଇଛି ।

ୟୁରୋପିଆନ କ୍ରିକେଟର ଏହି ମ୍ୟାଚ ଏବେ କ୍ରିକେଟପ୍ରେମୀ ଓ ବିଶ୍ଲେଷଣକାରୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଅଷ୍ଟ୍ରିଆର ବ୍ୟାଟ୍ସମ୍ୟାନମାନେ ଶେଷ ଦୁଇ ଓଭରରୁ ୬୧ ରନ୍ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ରୋମାନିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୧୦ ଓଭରରେ ୧୬୭ ରନ୍ ସଂଗ୍ରହ କରିଥିଲା । ତେବେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରିଆର ପ୍ରାରମ୍ଭିକ ପ୍ରଦର୍ଶନ ସେତେଟା ପ୍ରଭାବଶାଳଳୀ ରହିନଥିଲା ।

୮ ଓଭର ବେଳକୁ ଅଷ୍ଟିଆ ୩ଟି ୱିକେଟ ହରାଇ ମାତ୍ର ୧୦୭ ରନ୍ ସଂଗ୍ରହ କରିଥିଲା । ଆଉ ମାତ୍ର ୧୨ଟି ବଲ୍ ବାକିଥିବା ବେଳେ ବିଜୟ ପାଇଁ ଦଳକୁ ୬୧ ରନ୍ ଆବଶ୍ୟକ ହେଉଥିଲା । ଅଷ୍ଟ୍ରିଆର ବ୍ୟାଟ୍ସମ୍ୟାନମାନେ ଯେ କିଛି କମାଲ୍ କରିପାରିବେ ଏହା ସମସ୍ତଙ୍କ ବିଶ୍ୱାସ ବାହାରେ ଥିଲା । ମାତ୍ର ଶେଷ ଦୁଇ ଓଭରରେ ଯାହା ଘଟିଥିଲା ତାହା ଇତିହାସ ପାଲଟି ଯାଇଥିଲା । ଚୌକା, ଛକାରେ ସାରା ପଡ଼ିଆରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲ । ନିଶ୍ଚିତ ପରାଜୟ ମ୍ୟାଚରେ ଅଷ୍ଟ୍ରିଆ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅଷ୍ଟିଆ ପକ୍ଷରୁ ଆରିୟାନ ମହମ୍ମଦ ମାତ୍ର ୩୯ଟି ବଲରୁ ୧୦୪ ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.