fbpx

ସଫଳତାର ଅନ୍ୟ ନାମ ଆଶା: ସଫେଇକର୍ମୀରୁ ଆରଏଏସ୍ ଅଧିକାରୀ, ଏମିତି ଥିଲା ସଂଘର୍ଷର କାହାଣୀ

ଯୋଧପୁର: କୁହାଯାଏ କଷ୍ଟ କଲେ କୃଷ୍ଣ ମିଳନ୍ତି । ଆଉ ଏହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ସଫେଇ କର୍ମୀ ଭାବେ କାମ କରୁଥିବା ଆଶା କଣ୍ଡାରା । ସେ ଜଣେ ସଫେଇ କର୍ମୀ ଭାବରେ ଗଳି ଗଳିରେ ଝାଡ଼ୁ ଲଗାଉଥିବା ବେଳେ ଆଜି ସେ ରାଜସ୍ଥାନର ସବୁ ଠାରୁ ବଡ଼ ପ୍ରତିଯୋଗିତାମୂଳକ ପରୀକ୍ଷା ଆରଏଏସ୍ ପରୀକ୍ଷା-୨୦୧୮ରେ ସଫଳତା ହାସଲ କରିଛନ୍ତି । ଏହିୁ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଉଦାହର୍ରଣ ପାଲଟିଛନ୍ତି । ନିଜ ଦୈନାନ୍ଦିନ କାମ ସହିତ ପାଠପଢ଼ାକୁ ଜାରି ରଖିଥିବାରୁ ସେ ଏହି ସଫଳତା ହାସଲ କରିବାରେ ସଫଳ ହୋଇପାରିଛନ୍ତି ।

ରାଜସ୍ଥାନ ଲୋକସଭା ଆୟୋଗ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଥିବା ଆରଏଏସ୍ ପରୀକ୍ଷା-୨୦୧୮ର ଫଳାଫଳରେ ସେ ୭୨୮ ର୍ୟାଙ୍କ୍ ହାସଲ କରିଛନ୍ତି । ଆଶା କଣ୍ଡାରା ଗତ କିଛି ବର୍ଷ ଯୋଧପୁର ନଗର ନିଗମରେ ଅସ୍ଥାୟୀ ସଫେଇ କର୍ମୀ ଭାବରେ କାମ କରିଆସୁଛନ୍ତି । ସଫେଇକର୍ମୀ ସହିତ ସେ ଦୁଇଜଣ ପିଲାଙ୍କ ମା’ ମଧ୍ୟ କିନ୍ତୁ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଏହି ବଡ଼ ସଫଳତା ସେ ହାସଲ କରିଛନ୍ତି । ସେ ଆରଏଏସ୍ ପରୀକ୍ଷାର ତିନୋଟି ପର୍ଯ୍ୟାୟ ପ୍ରିଲିମ୍, ମେନ୍ ଏବଂ ସାକ୍ଷାତକାରକୁ ପାର୍ କରି ସାରିଛନ୍ତି ।

ଆଶା ବିବାହିତା ହୋଇଥିବା ବେଳେ ୮ ବର୍ଷ ପୂର୍ବେ ସେ ନିଜର ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲା । ବର୍ତ୍ତମାନ ସେ ତାଙ୍କ ଦୁଇ ପିଲାଙ୍କର ପାଳନ ପୋଷଣ କରୁଛନ୍ତି । ଇତି ମଧ୍ୟରେ ସେ ନିଜର ଚାକିରି, ପାଠପଢ଼ା ଏବଂ ପିଲାଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ତାଙ୍କୁ ନିକଟରେ ଅର୍ଥାତ୍ ୧୨ ଦିନ ପୂର୍ବରୁ ନଗର ନିଗମରେ ସ୍ଥାୟୀ ସଫେଇକର୍ମୀ ଭାବେ ଚାକିରି ମିଳିଥିଲା । ସେ ଗ୍ରାଜୁଏସନ୍ ପରେ ଆରଏଏସ୍ ପାଇର୍ ପସ୍ତୁତି ଆରମ୍ଭ କରିଦେଇଥିଲେ । ଆଉ ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଛି ।

 

Get real time updates directly on you device, subscribe now.