fbpx
BJD SKY
BJD SKY

୫୫ ଲକ୍ଷ ଟଙ୍କାର ସୁନା ଜବତ, ଚଳାଇଥିଲେ ବେଆଇନ୍ କାରବାର

BJD

କଟକ(ଓଡ଼ିଶା ଭାସ୍କର): ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କିବା ସହ ବେଆଇନ ଭାବେ ବିକ୍ରି କରିବା ବେଳେ ଚଢ଼ଉ କରିନେଲା ପୋଲିସ୍ । ଆଉ କଟକରୁ ଜବତ ହେଲା ୨୭,୫୦୦ ଖଣ୍ଡ ସୁନା ପାଣି ଚଢା ଅଳଙ୍କାର ଓ ୨ କିଲୋ ୨୯ ଗ୍ରାମ୍ ସୁନା । ଘଟଣାରେ କଟକ କମିସନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ପଞ୍ଜାବର ବ୍ୟକ୍ତି ସାମିଲ । କମିସନରେଟ ପୋଲିସ ପକ୍ଷରୁ କଟକ ଡିସିପି ପ୍ରତୀକ ସିଂହ ଗୁରୁବାର ଏହି ସୂଚନା ଦେଇଛନ୍ତି । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କଟକ ଆଜି ମାଲଗୋଦାମ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଷ୍ଟେସନ୍ ବଜାର ପାଖରେ ଚଢାଉ କରି ୩ ଜଣ ବ୍ୟକ୍ତିଙ୍କ ପାଖରୁ ୨୭,୫୦୦ ଖଣ୍ଡ ସୁନା ପାଣି ଚଢା ଅଳଙ୍କାର ଓ ୨କେଜି ୨୯ ଗ୍ରାମ ମିଶ୍ରିତ ସୁନା ଜବତ କରିଛି। ଯାହାର ମୂଲ୍ୟ ୫ ଲକ୍ଷ ହେବ ବୋଲି କୁହାଯାଉଛି । ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନେ ହେଲେ ଅମୃତସରର ଗୁରୁଜିତ ସିଂହ, ମାନପ୍ରିତ ସିଂ ,ଏବଂ ଓଡ଼ିଶାର କଟକ ସହର ବଣିଆ ସାହିର ରଞ୍ଜନ ସାହୁ ସାମିଲ । ଏମାନେ ନିୟମିତ ଅମୃତସରରୁ ସୁନା ଆଣି କଟକ ସହରରେ ଦେଉଥିଲେ। ସରକାରକୁ ଜିଏସଟି ଫାଙ୍କି ଏହି ସୁନା କାରବାର ଚଳାଉଥିଲେ।

ଏମାନଙ୍କୁ ଧରିବା ପରେ ଜିଏସଟି ବିଭାଗ ପାଖରେ ହାଜର କରାଯାଇ ସମସ୍ତ ଦ୍ରବ୍ୟର କାଗଜ ପତ୍ର ଯାଞ୍ଚ କରାଯାଇଥିଲା। କୌଣସି କାଗଜପତ୍ର ଠିକ ନ ଥିବାରୁ ଜିଏସଟି ବିଭାଗ ୧,୬୫,୦୦୦ ଟଙ୍କା ଫାଇନ ଲଗାଇଛି । ସମସ୍ତ ଜିନିଷ ବାବଦରେ ୩,୨୩,୧୧୮ ଟଙ୍କା ଜରିମାନା ଜିଏସଟି ବିଭାଗରେ ଜମା କରାଯାଇଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କମିସନରେଟ୍ ପୋଲିସ୍ ପକ୍ଷରୁ ଆହୁରି ଖୋଳତାଡ ଚାଲିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଓ ଜିଏସଟି ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.