fbpx

୮ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡ, ସାଢ଼େ ଚାରି ମାସରେ କୋର୍ଟ ଶୁଣାଇଲା ସଜ୍ଜା

ବୁଲନ୍ଦସହର: ଗୋଟିଏ ୮ ବର୍ଷର ଝିଅକୁ ଅପହରଣ କରିବା ପରେ ଦୁଷ୍କର୍ମ କରି ମାରିଦେବା ଅଭିଯୋଗରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ପୋକ୍ସେ ଆକ୍ଟ ଅଧୀନରେ ଜଜ୍ ଡା. ପଲ୍ଲବୀ ଅଗ୍ରୱାଲ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିବାପରେ ହତ୍ୟା କରିଥିବା ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଏବଂ ଜୋରିମାନାର ସଜ୍ଜା ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ନାବାଳିକା ଜଣକ ପାଣି ପିଇବାକୁ ଆସିଥିବା ସମୟରେ ତାକୁ ଅପହରଣ କରିନେଇଥିଲା । ଏହାପରେ ତାକୁ ଦୁଷ୍କର୍ମ କରି ହତ୍ୟା କରିଥିଲା ଏବଂ ଶବକୁ ନେଇ ଗାତ ଖୋଲି ପୋତିଦେଇଥିଲା । ଏହି ମାମଲାର ଦଣ୍ଡ ପାଖାପାଖି ସାଢ଼େଚାରି ମାସ ମଧ୍ୟରେ ଶୁଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ, କୋତୱାଲୀ ଅଞ୍ଚଳରେ ଥିବା ଏକ ଗାଁରେ ଜଣେ ମୁକ ବଧିର ଝିଅ ଫେବୃଆରୀ ୨୫ ତାରିଖରେ କ୍ଷେତରେ କାମ କରୁଥିଲା । ତାକୁ ଶୋଷ ଲାଗିବାରୁ ଜଙ୍ଗଲରେ ଥିବା ଏକ ଘରେ ଲାଗିଥିବା ଟ୍ୟାପ୍ ରୁ ପାଣି ପିଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ଜଣକ ତାକୁ ଅପହରଣ କରିନେଇଥିଲା । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ବି ପାଇନଥିଲେ ।

ପୁଲିସ୍ ଅନେକ ଖୋଜିବା ପରେ ଗୋଟିଏ ଗାତରୁ ନାବାଳିକାର ଶବକୁ ଉଦ୍ଧାର କରିଥିଲା । ଏହାପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା । ଏହାପରେ ଏହି ମାମଲାର ଶୁଣାଣି କରି ନ୍ୟାୟାଧୀଶ ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତକୁ ଫାଶୀ ଦଣ୍ଡ ସହିତ ୧.୨୦ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.