fbpx

ରସିକିୟା ମାଷ୍ଟରର ରଙ୍ଗିଲା କାଣ୍ଡ: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମରେ ପକାଇ ରଖିଲା ଶାରୀରିକ ସଂପର୍କ, ଅନ୍ତସତ୍ୱା ଜାଣି ମାରିଲା ଚମ୍ପଟ୍

ଧର୍ମଶାଳା (ଓଡ଼ିଶା ଭାସ୍କର): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳରେ ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଅନ୍ତସତ୍ତ୍ୱା କରି ପୋଲିସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ରେଖିଦେଇପୁର ପଂଚାୟତ ପାଇକରାପୁର ଗ୍ରାମର ଲକ୍ଷ୍ମୀଧର ରାଉତଙ୍କ ପୁଅ ରାଜକିଶୋର ରାଉତ(୩୦) ସ୍ଥାନୀୟ ଏକ ପ୍ରାଥମିକ ସ୍କୁଲରେ
ଶିକ୍ଷକତା କରନ୍ତି । ସେହି ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଏପରିକି ଶିକ୍ଷକ ଜଣକ ବିବାହ ପ୍ରତିଶୃତି ଦେଇ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଶାରୀରିକ ସମ୍ପର୍କ ରକ୍ଷା କରିବା ଫଳରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଉଭୟ ପରିବାର ଓ ପଡୋଶୀମାନେ ବସି ଏହାର ଆପୋଶ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ବିବାହ କରିବା ସମ୍ଭବପର ହୋଇ ନଥିଲା ।

ଏହି ଘଟଣା ପରେ ଶିକ୍ଷକ ଜଣକ ଫେରାର ହୋଇ ଯାଜପୁର ରୋଡ ଥାନା ଅନ୍ତର୍ଗତ କୋପଣ୍ଡ ଗ୍ରାମରେ ରହୁଥିଲେ । ତେବେ ଏସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇ ଅନ୍ତସତ୍ୱା ନାବାଳିକାକୁ ତା ଘରୁ ଉଦ୍ଧାର କରି ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ଜେନାପୁର ପୋଲିସ ଏକ ୧୮୯/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ରାଜକିଶୋର ରାଉତଙ୍କୁ ଗିରଫ କରିଥିଲେ । ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇ ଅଭିଯୁକ୍ତ ଶିକ୍ଷକକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତ।

Get real time updates directly on you device, subscribe now.