fbpx

ଫ୍ଲାଇଟରେ ପସିଗଲା ମୂଷା! ବିମାନ ଉଡ଼ାଣରେ ହେଲା ଦୁଇ ଘଣ୍ଟା ଡେରି

ଫ୍ଲାଇଟରେ ପସିଗଲା ମୂଷା, ବିମାନ ଉଡ଼ାଣରେ ହେଲା ବିଳମ୍ବ । ଗୁରୁବାର ଏୟାର ଇଣ୍ଡିଆର ଶ୍ରୀନଗର-ଜମ୍ମୁ ଉଡ଼ାଣରେ ଏକ ମୂଷା ଯୋଗୁଁ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ଅଧିକାରୀମାନେ କହିଛନ୍ତି ପ୍ଲେନରୁ ମୂଷାକୁ କାଢ଼ିବା ପରେ ଶ୍ରୀନଗର ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା, ଘଟଣା ଯୋଗୁଁ ଉଡ଼ାଣରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ଏୟାର ଇଣ୍ଡିଆ ଏହି ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ବିମାନରେ ମୂଷା ଦେଖାଯିବାର ଏହା ପ୍ରଥମ ମାମଲା ।

ଗତ ମଙ୍ଗଳବାର ମଧ୍ୟ ଦିଲ୍ଲୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା ଏୟାର ଇଣ୍ଡିଆର ଏକ ବିମାନ । ଯେତେବେଳେ ବିମାନ ପଛକୁ ଯାଉଥିଲା(ପୁସବ୍ୟାକ୍) ବେଳେ ଏହାର ଟୋ ଗାଡ଼ି ଖରାପ ହୋଇଯାଇଥିଲା ଏବଂ ଏହା ବିମାନର ତଳେ ପସିଯାଇଥିଲା । ଫଳରେ କିଛି ସମୟ ପାଇଁ ଏୟାରପୋର୍ଟରେ ହୋହାଲ୍ଲା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.