fbpx
BJD SKY
BJD SKY

ରତନ ଟାଟାଙ୍କ ନାମର ଦୁରୂପଯୋଗ: ନିବେଶ ସୁପାରିଶର ‘Fake’ ସାକ୍ଷାତକାରକୁ ଚିହ୍ନଟ କରି ପୋଷ୍ଟ ଶେୟାର କଲେ ଟାଟା

BJD

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଓ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ତାଙ୍କର ଏକ ଫେକ୍ ଭିଡିଓକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସୋନା ଅଗ୍ରୱାଲ ନାମକ ଜଣେ ୟୁଜର ଟାଟାଙ୍କର ଏକ ସାକ୍ଷାତକାରର ଫେକ୍ ଭିଡିଓ ବ୍ୟବହାର କରିଥିବା ବେଳେ ଉକ୍ତ ଭିଡିଓରେ ଟାଟା ନିବେଶ ପାଇଁ ସୁପାରିଶ କରୁଥିବା ଦେଖାଯାଇଥିଲା । ନିବେଶରେ ବିନା ରିସ୍କ ଓ ଶତ ପ୍ରତିଶତ ଗ୍ୟାରେଣ୍ଟି ଉପରେ ଉକ୍ତ ଭିଡିଓରେ କୁହାଯାଇଥିଲା ।

ତେବେ ଏହି ଫେକ୍ ଭିଡିଓରେ ତାଙ୍କର ନାମର ଦୁରୂପଯୋଗ କରାଯାଇଥିବା ନେଇ ଟାଟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଫେକ୍ ଭିଡିଓରେ ଟାଟା ସୋନା ଅଗ୍ରୱାଲଙ୍କୁ ନିଜର ମ୍ୟାନେଜର ଭାବେ ସମ୍ବୋଧନ କରିଥିଲେ । ‘ଭାରତର ସମସ୍ତଙ୍କ ପାଇଁ ରତନ ଟାଟା ଏକ ସୁପାରିଶ କରିଛନ୍ତି । ନିବେଶ ପାଇଁ ତୁମ ପାଇଁ ଆଜି ଏକ ସୁଯୋଗ ଆସିଛି । ଏଥିରେ ଆପଣଙ୍କୁ ରିସ୍କ-ଫ୍ରି ସହିତ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ମିଳିବ । ବର୍ତ୍ତମାନ ହିଁ ଚାନେଲକୁ ଯାଆନ୍ତୁ ।’ ଭିଡିଓ ପୋଷ୍ଟର କ୍ୟାପସନରେ ଏପରି କିଛି ଲେଖାଯାଇଥିଲା ।

ତେବେ କିଛି ଲୋକ ସେମାନଙ୍କର ଆକାଉଣ୍ଟରେ ଅର୍ଥ ଗ୍ରହଣ କରିଥିବା ନେଇ କିଛି ମେସେଜ୍ ଉକ୍ତ ଭିଡିଓରେ ଦେଖାଯାଇଥିଲା । ଏହି ଭିଡିଓକୁ ଟାଟା ଫେକ୍ ବୋଲି କହିବା ସହିତ ଭିଡିଓ କ୍ୟାପସର ସ୍କ୍ରିନଶଟ୍ ମଧ୍ୟ ଶେୟାର କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ବହୁ ବଲିଉଡ ତାରକା, କ୍ରିକେଟର, ରାଜନେତା ଓ ଶିଳ୍ପପତିଙ୍କ ପରି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଫେକ୍ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖାଯାଉଛି । ନିକଟରେ ଅନେକ ସେଲିବ୍ରେଟୀ ଡିପଫେକର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ତାହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.