fbpx

ଉଚ୍ଚ ରକ୍ତଚାପ, ଓଜନ ହ୍ରାସ ପାଇଁ ଡାଇଟ୍ ଚାର୍ଟରେ ସାମିଲ କରନ୍ତୁ ଶାଲଗମ୍‌

ଶୀତ ଦିନେ ବଜାରରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଦେଖିବାକୁ ମିଳିଥାଏ ଯେପରି ମୂଳା, ଫୁଲକୋବି, ଓଲ୍‌କୋବି, ପାଳଙ୍ଗ ଶାଗ, ମେଥି ଶାଗ, ମଟର ଛୁଇଁ, ନାଶପାତି, ଚେରି ଇତ୍ୟାଦି । ଏଥିମଧ୍ୟରୁ ଶାଲଗମ୍‌(Turnip) ଅନ୍ୟତମ । ଶାଲଗମ୍ ଭିଟାମିନ୍ ‘ଏ’, ‘ବି’, ‘ସି’, ‘ଇ’, ‘କେ’, ଲୌହ, କ୍ୟାଲସିୟମ, ପୋଟାସିୟମ ଏବଂ ଏଣ୍ଟିଅକ୍ସିଡ଼େଣ୍ଟ ଭଳି ଅନେକ ଗୁଣରେ ଭରପୁର ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏଥିରେ କ୍ୟାଲୋରୀର ମାତ୍ରା ବହୁତ କମ୍ ଥାଏ । ଏହାକୁ ଆମେ ତରକାରୀ, ସାଲାଡ଼ ବା ଜୁସ୍ ଆକାରରେ ସେବନ କରିପାରିବା । ତେବେ ଆସନ୍ତୁ ଜାଣିବା ଶୀତ ଦନେ ଶାଲଗମ୍ ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ :

– ଉଚ୍ଚରକ୍ତଚାପ: ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ନାଇଟ୍ରେଟ୍ ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ରକ୍ତରେ ପ୍ଲେଟଲେଟ୍ସ୍‌କୁ ପରସ୍ପର ସହ ଦୂରେଇ ରଖିଥାଏ ।

– ଅଖି: ଶାଲଗମ୍ ଏଣ୍ଟିଅକ୍ସିଡେଣ୍ଟରେ ଭରପୁର ଏବଂ ଏଥିରେ ଥିବା ଲ୍ୟୁଟିନ୍ ଆଖି ପାଇଁ ଲାଭଦାୟକ ହୋଇଥାଏ । ଏହା ଆଖିକୁ ସୁସ୍ଥ ରଖିବା ସହ ମୋତିଆବିନ୍ଦୁ ଓ ମାକ୍ୟୁଲାର ଡିଜେନେରେସନ୍ ଭଳି ରୋଗକୁ ମୁକ୍ତି ଦେଇଥାଏ ।

– ଓଜନ୍ ହ୍ରାସ: ଶାଲଗମ୍‌ରେ କ୍ୟାଲେରୀର ମାତ୍ର ବହୁତ କମ ଥାଏ । ଏଥିରେ ଥିବା ଲିପିଡ୍ ଶରୀରରେ ଜମା ମେଦକୁ ହ୍ରାସ କରିବା ସହ ମେଟାବଲିଜିମ୍ ବୃଦ୍ଧି କରିଥାଏ । ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ହଜମ ପ୍ରକ୍ରିୟାକୁ ସହଜ କରିଥାଏ: ଫାଇବରରେ ଭରପୁର ଶାଲଗମ୍ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ । ଏହା କୋଷ୍ଠକାଠିନ୍ୟ ଏବଂ ବଦ୍‌ହଜମିରୁ ମୁକ୍ତି ଦେଇଥାଏ ।

– ସୁସ୍ଥ ହୃଦୟ: ଶାଲଗମ୍‌ରେ ଭିଟାମିନ୍ କେ ପର୍ଯ୍ୟାପ୍ତ ମାତ୍ରାରେ ଥାଏ ଯାହା ହୃଦୟକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ଶରୀରରେ ହେମୋଗ୍ଲୋବିନର ମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

– ଗର୍ଭଧାରଣ ସମୟରେ: ଶାଲଗମ୍ ଭିଟାମିନ୍ ‘ବି୯’ର ଉତ୍ତମ ସ୍ରୋତ ଅଟେ । ଏହା ଉଭୟ ମା’ ଓ ଗର୍ଭରେ ଥିବା ଶିଶୁର ବିକାଶ ପାଇଁ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.