fbpx

ସରିଲା ଛେରାପହଁରା ନୀତି, ରଥଟଣା ଆରମ୍ଭ

ପୁରୀ,୨୩ ।୬(ଓଡିଶା ଭାସ୍କର): ଘଣ୍ଟ କାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଧମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଛେରାପହଁରା ନୀତି । ତିନି ତଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ଶୁଭ୍ରଦାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।

ତେବେ ଛେରାପହଁରା ନୀତି ପରେ ଚାରମାଳ ଫିଟା ଆରମ୍ଭ ହୋଇଛି । ତିନି ରଥରେ ଘୋଡା ଓ ସାରଥୀ ଲାଗି ହେବା ପରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ବଡଦାଣ୍ଡରେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ସାମାଜିକ ଦୂରତା ରକ୍ଷା କରି ରଥ ଟାଣୁଛନ୍ତି ସେବାୟତମାନେ । ଏବର୍ଷ ୫୦୦ରୁ ଅଧିକ ଲୋକ ରଥ ଟାଣିପାରିବେ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.