fbpx

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଭୁବନେଶ୍ୱର(ଓଡିଶା ଭାସ୍କର): ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ । ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ । ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ । ଏନେଇ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡାନ୍ତ ହୋଇଛି ।

ତେବେ ସ୍ନାନ ଯାତ୍ରା ପାଇଁ ରାତି ୧ଟାରୁ ୪ ମଧ୍ୟରେ ହେବ ପହଣ୍ଡି । ମଙ୍ଗଳ ଆଳତୀ ଭୋର ୪ଟା ୩୦ରେ ହେବ । ଛେରା ପହଁରା ସକାଳ ସାଢେ ୧୦ଟାରେ କରାଯିବ । ବାହୁଡା ପହଣ୍ଡି ୫ଟାରୁ ରାତି ୮ମଧ୍ୟରେ ହେବ । ଏହା ସହ ରାତି ୧ଟାରେ ମଙ୍ଗଳାଅର୍ପଣ ହେବ । ଏହା ସହ ହାତୀ ବେଶ ଦିନ ୧୧ଟାରୁ ୧୨ଟା ମଧ୍ୟରେ ସମ୍ପନ୍ନ ହେବ ।

ଗୁଣ୍ଡିଚା ଦିନ ସକାଳ ୮ଟା ୩୦ରେ ପହଣ୍ଡି । ଅପରାହ୍ନ ୨ଟାରେ ଛେରାପହଁରା , ୩ଟାରୁ ରଥ ଟଣା । ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି: ୪ଟାରେ ରଥ ଟଣା । ୪ଟାରୁ ୫ଟା ୩୦ ସୁନାବେଶ;ବେଶ ଓଲାଗି ରାତି ୧୧ଟାରୁ ୧୨ଟା । ରାତି ୮ଟା ସୁଦ୍ଧା ଶେଷ ହେବ ଅଧରପଣା ନୀତି । ନୀଳାଦ୍ରିବିଜେ ପହଣ୍ଡି ଅପରାହ୍ନ ୪ଟାରୁ ଆରମ୍ଭ: ରାତି ୧୦ରେ ଶେଷ ।

Get real time updates directly on you device, subscribe now.