ଫ୍ରି ରାସନ ହୋଇପାରେ ବନ୍ଦ; ଶୀଘ୍ର କରି ଦିଅନ୍ତୁ ଏହି କାମ, ମୋଦୀ ସରକାର ଜାରି କଲେ ନୂଆ ଗାଇଡଲାଇନ୍
ଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ। ତେବେ ଆପଣଙ୍କ ପାଇଁ ଏହି କାମ ଯଥାଶୀଘ୍ର କରିବା ଅତି ଗୁରୁତ୍ୱପୂର୍ଣ୍ଣ। ନଚେତ୍, ଆପଣଙ୍କୁ ମିଳୁଥିବା ସୁବିଧା ବନ୍ଦ ହୋଇପାରେ।
ନୂଆଦିଲ୍ଲୀ: ଏବେ ଭାରତର ଜନସଂଖ୍ୟା 140 କୋଟିରୁ ଅଧିକ। ଆଜି ମଧ୍ୟ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇଥର ଖାଇବାକୁ ପାଉନାହାଁନ୍ତି । ଭାରତ ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବା National Food Security Scheme ଅଧୀନରେ ଏପରି ଲୋକଙ୍କୁ କମ ମୂଲ୍ୟରେ ମାଗଣା ରାସନ ସୁବିଧା ଯୋଗାଇ ଦିଆଯାଉଛି।
ତେବେ ସରକାରୀ ଯୋଜନା ଅଧୀନରେ ସୁବିଧା ପାଇବା ପାଇଁ ହେଲେ ଲୋକଙ୍କ ପାଖରେ ରାସନ କାର୍ଡ ଥିବା ନିତ୍ୟାନ୍ତ ଜରୁରୀ। ଯଦି ଆପଣ ମଧ୍ୟ ଜଣେ ରାସନ କାର୍ଡ ଧାରକ। ତେବେ ଆପଣଙ୍କ ପାଇଁ ଏହି କାମ ଯଥାଶୀଘ୍ର କରିବା ଅତି ଗୁରୁତ୍ୱପୂର୍ଣ୍ଣ। ନଚେତ୍, ଆପଣଙ୍କୁ ମିଳୁଥିବା ସୁବିଧା ବନ୍ଦ ହୋଇପାରେ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ନାମ ରାସନ କାର୍ଡରୁ ବାଦ ନ ପଡ଼ୁ, ତେବେ ଏହି କାମକୁ ତୁରନ୍ତ କରାଇ ନିଅନ୍ତୁ। ଏଥିପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।
ରାସନ କାର୍ଡରୁ ଏହି ଲୋକଙ୍କ ନାମ ହଟାଇ ଦିଆଯିବ
ରାସନ କାର୍ଡକୁ ନେଇ ସରକାର ଏବେ କଠୋର ନିୟମ ଲାଗୁ କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଯେଉଁ ରାସକାର୍ଡଧାରୀ ଇ-କେୱାଇସି କରିନାହାନ୍ତି, ସେମାନଙ୍କର ନାମ ରାସନକାର୍ଡରୁ ହଟାଇ ଦିଆଯିବ । ରାସନ କାର୍ଡ ପାଇଁ ଇ-କେୱାଇସି ନିତ୍ୟାନ୍ତ ଆବଶ୍ୟକ ବୋଲି ସରକାର ସ୍ପଷ୍ଟ କରି ଦେଇଛନ୍ତି । ଯାହା ଦ୍ବାରା ଯେଉଁମାନେ ଏହା ପାଇବାର ହକଦାର, ସେମାନ ଏହାର ଲାଭ ପାଇପାରନ୍ତୁ ।
ଏହି ପ୍ରକ୍ରିୟା ଅନୁସରଣ କରନ୍ତୁ
ରାସନ କାର୍ଡର ଇ-କେୱାଇସି କରିବା ପାଇଁ, ପ୍ରଥମେ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ରାସନ ଡିଲର କିମ୍ବା ଜନସେବା କେନ୍ଦ୍ରକୁ ଯିବାକୁ ପଡିବ। ସେଠାରେ ଆପଣଙ୍କୁ ଆଧାର କାର୍ଡ ମାଧ୍ୟମରେ ଆପଣଙ୍କର ବାୟୋମେଟ୍ରିକ୍ ଯାଞ୍ଚ କରିବାକୁ ପଡିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଅନେକ ରାଜ୍ୟରେ, ଅନଲାଇନ୍ ପୋର୍ଟାଲରେ e-KYC ର ବିକଳ୍ପ ମଧ୍ୟ ଦିଆଯାଇଛି। ଆପଣ ମୋବାଇଲ୍ କିମ୍ବା କମ୍ପ୍ୟୁଟରରୁ ପୋର୍ଟାଲରେ ଲଗଇନ୍ କରିପାରିବେ । ଆଧାର ନମ୍ବର ଏଣ୍ଟର୍ କରି OTP ମାଧ୍ୟମରେ e-KYC ପୂରଣ କରିପାରିବେ।
ଯେଉଁ ଲୋକମାନେ ଫିଙ୍ଗରପ୍ରିଣ୍ଟ କିମ୍ବା OTP ଯାଞ୍ଚରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଅଫଲାଇନ୍ କେନ୍ଦ୍ରକୁ ଯାଇ ସହଜରେ ଏହି କାମ କରିପାରିବେ। ସରକାର e-KYC ପାଇଁ ଶେଷ ତାରିଖ ମଧ୍ୟ ସ୍ଥିର କରିଛନ୍ତି। ଏହା ପୂର୍ବରୁ ଏହି କାମ କରିବା ଆବଶ୍ୟକ।