fbpx

ଆଜି ରତ୍ନଭଣ୍ଡାର କମିଟି ବୈଠକ, କଳାଧନ ସମ୍ପର୍କିତ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଚ୍ଛିତ ମହାପ୍ରଭୁଙ୍କ ଅଳଙ୍କାର ଗଣତି ହେବ । ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତିି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଷ୍ଟିସ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି । ସେ ଏହି କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର(ମାର୍ଚ୍ଚ ୯ ତାରିଖ) ସକାଳ ୯ଟାରେ ପୁରୀ ଅଭିମୁଖେ ଯାତ୍ରା କରିବେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୀ ସ୍ଥିତ ହାଇକୋର୍ଟ ଅତିଥି ଭବନରେ ପହଞ୍ଚି କିଛି ସମୟ ବିଶ୍ରାମ ପରେ ପତ୍ନୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ। ମହାପ୍ରଭୁଙ୍କ ଦର୍ଶନ ସରିବା ପରେ ଅପରାହ୍ନ ପ୍ରାୟ ୨ଟାରେ ନବଗଠିତ ରତ୍ନଭଣ୍ଡାର କମିଟି ସହ ବୈଠକ କରି ରତ୍ନଭଣ୍ଡାର ଅନୁଧ୍ୟାନ ଉପରେ ବିସ୍ତୃତ ଆଲୋଚନା କରିବେ। ଅପରାହ୍ନ ୭ଟାରେ ପୁନର୍ବାର କଟକସ୍ଥିତ ନିଜ ବାସଭବନକୁ ଫେରିଯିବାର କାର୍ଯ୍ୟକ୍ରମ ରହିଛି।  ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ବୈଠକରେ ୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ଉପରେ ଆଲୋଚନା ହେବ ।

Get real time updates directly on you device, subscribe now.