fbpx

ଆଜି ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡ଼ି; ଅଗ୍ନିଶମ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି

ଓଡିଶା ଭାସ୍କର; ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି। ତେବେ ଚଳିତ ବର୍ଷ ରାଜଧାନୀରେ ରାବଣ ପୋଡି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬ଟି ସ୍ଥାନକୁ ଅନୁମତି ମିଳିଛି । ଝାରପଡ଼ା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ମିଳିଥିବା ସୂଚନା ରହିଛି । ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ଆଜି ସନ୍ଧ୍ୟା ୭.୩୦ ରୁ ରାତି ୯ ଭିତରେ ଏହି ରାବଣ ପୋଡ଼ି କାର୍ୟ୍ୟକ୍ରମ ଶେଷ ହେବ ବୋଲି ସମୟ ନିର୍ଦ୍ଧାରିତ କରାଯାଇଛି। ଏହା ସହ ନିର୍ଦ୍ଧିଷ୍ଟ ଡେଶିବେଲ ଓ ବ୍ରାଣ୍ଡର ବାଣ ଫୁଟାଇବା ଅନୁମତି ମିଳିଛି । ସେହିପରି ମାନସିକ ଓ ହୃଦ୍ ରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ଛୋଟ ପିଲାଙ୍କୁ ରାବଣ ପୋଡ଼ି ସ୍ଥାନକୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ସହ ଆତସବାଜି ଲାଗି ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.