fbpx

Big Breaking… Actionକୁ ଫେରିବେ ରବିଚନ୍ଦ୍ରନ ଅଶ୍ୱୀନ: ତୃତୀୟ ଟେଷ୍ଟରେ ଇଂଲଣ୍ଡ ପାଇଁ ବଢିଲା ଅଡ଼ୁଆ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ସ୍ଥିତିରେ ପହଞ୍ଚିଛି ଟିମ ଇଣ୍ଡିଆ । ଯଶସ୍ୱୀ ଜଏସ୍ୱାଲଙ୍କ ବିସ୍ଫୋରକ ଶତକ ସହ ଶୁଭମନଙ୍କ ଇନିଂସ ବଳରେ ୪୪୦ ରନର ଅଗ୍ରଣୀ ହାସଲ କରିସାରିଛି ଭାରତ । ଏହାଭିତରେ ଭାରତକୁ ମିଳିଛି ଆଉ ଏକ ଖୁସି ଖବର । ପାରିବାରିକ କାରଣ ଯୋଗୁଁ ମ୍ୟାଚ ମଝିରୁ ଫେରି ଯାଇଥିବା ଭେଟେରାନ୍ ସ୍ପିନର ଅଶ୍ୱୀନ ଦଳକୁ କମବ୍ୟାକ କରି ସାରିଛନ୍ତି । ମ୍ୟାଚର ଚତୁର୍ଥ ଦିନରେ ଅଶ୍ୱୀନ ଦଳ ସହ ସାମିଲ ହୋଇ କମାଲ କରିବେ ବୋଲି ଜାଣିବାକୁ ମିଳିଛି ।

ତୃତୀୟ ଦିନରେ ଆହତ ହୋଇ ପଡ଼ିଆ ଛାଡ଼ିଥିବା ଯଶସ୍ୱୀ ଜଏସ୍ୱାଲ ଆଜି ପୁଣିଥରେ ମଇଦାନକୁ ଫେରି ଆସିଛନ୍ତି । ଏହାପରେ ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଦଳକୁ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ମ୍ୟାଚ ଅଧାରୁ ଅଶ୍ୱୀନ ଦଳ ଛାଡ଼ି ଘରକୁ ପେରି ଯାଇଥିଲେ । କିନ୍ତୁ ବର୍ତ୍ତମାନ ସେ ଦଳ ସହ ଯୋଡ଼ି ହେଉଛନ୍ତି । ଚତୁର୍ଥ ଦିନରେ ପୁଣିଥରେ ସେ ଦଳ ସହ ସାମିଲ ହୋଇ ମଇଦାନକୁ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି । ଏ ନେଇ ଟିମ ଇଣ୍ଡିଆର ଷ୍ଟାର ସ୍ପିନର କୁଳଦୀପ ଯାଦବ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ।

କୁଳଦୀପ କହିଛନ୍ତି ଯେ, ରବି ଅଶ୍ୱୀନ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି । ଏହାର କିଛି ସମୟ ପରେ ବିସିସିଆଇ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏ ନେଇ ସ୍ପଷ୍ଟ ସୂଚନା ଦେଇଛି । ବିସିସିଆଇର ସୂଚନା ଅନୁସାରେ, ଅଶ୍ୱୀନ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ପୁଣିଥରେ ଦଳ ସହ ଯୋଡ଼ି ହେବାକୁ ଯାଉଛନ୍ତି । ତେବେ ଜଏସ୍ୱାଲଙ୍କ ଶତକୀୟ ଇନିଂସ ବଳରେ ଭାରତ ୪୪୦ ରନ୍ ଅଗ୍ରଣୀ ଥିବା ବେଳେ ଅଶ୍ୱୀନଙ୍କ କମବ୍ୟାକରେ ବୋଲିଂ ବିଭାଗ ମଧ୍ୟ ଶକ୍ତିଶାଳୀ ହୋଇଛି । ତେଣୁ ଇଂଲଣ୍ଡ ପାଇଁ ତୃତୀୟ ଟେଷ୍ଟ ଜିତିବା କଷ୍ଟକର ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.