fbpx
BSKY SKY
BSKY SKY

ଆରବିଆଇ ଗଭର୍ନର ଏବେ ବିଶ୍ୱରେ ପ୍ରସିଦ୍ଧ : ବିଶ୍ୱର ଶ୍ରେଷ୍ଠ ୩ଟି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ୧ ନଂରେ ହୋଇଛନ୍ତି ମନୋନୀତ

BSKY

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କର୍ ତାଲିକାରେ ଏକ ନମ୍ବର ସ୍ଥାନରେ ରଖାଯାଇଛି। ଆମେରିକାରେ ଆଧାରିତ ପତ୍ରିକା ଗ୍ଲୋବାଲ ଫାଇନାନ୍ସ ସର୍ବଭାରତୀୟ ସ୍ତରରେ ଆରବିଆଇ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କର ମାନ୍ୟତା ପାଇଛି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ଶକ୍ତିକାନ୍ତ ଦାସଙ୍କୁ ଇ + ମୂଲ୍ୟାୟନ ଦିଆଯାଇଛି । ଶକ୍ତିକାନ୍ତ ଦାସଙ୍କ ପରେ ସ୍ୱିଜରଲ୍ୟାଣ୍ଡର ଥୋମାସ ଜେ ଜୋର୍ଡାନଙ୍କୁ ଦୁଇ ନମ୍ବରରେ ରଖାଯାଇଥିବା ବେଳେ ଭିଏତନାମର ନଗୁଏନ ଥି ହଙ୍ଗଙ୍କୁ ତୃତୀୟ ସ୍ଥାନରେ ରଖାଯାଇଛି ।

ଗ୍ଲୋବାଲ୍ ଫାଇନାନ୍ସ ମ୍ୟାଗେଜିନ ସମଗ୍ର ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କର ମାନଙ୍କୁ ଇ ରୁ ୠ ପର‌୍ୟ୍ୟନ୍ତ ଗ୍ରେଡ଼ ଦେଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଗ୍ରେଡ୍ ନିର୍ଣ୍ଣୟ କରିବାର ମାପ ଭିନ୍ନ ଅଟେ । ଆମେରିକାର ପତ୍ରିକା ଏକ ପ୍ରକାଶନରେ କୁହାଯାଇଛି ଯେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଇ ଗ୍ରେଡ୍ ଦିଆଯାଇଥିବା ବେଳେ ବିଫଳତା ପାଇଁ ୠ ଦିଆଯାଏ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଅର୍ଥନୀତି ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଏବଂ ସୁଧ ହାର ପରିଚାଳନା ଆଧାରରେ ଇ ରୁ ୠ ପର‌୍ୟ୍ୟନ୍ତ ଗ୍ରେଡ୍ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମାନ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଙ୍ଘ ସାହାଯ୍ୟରେ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ବିଶ ସ୍ତରରେ ଆମର ନେତୃତ୍ୱ ପ୍ରଦର୍ଶନ କରୁଥିବା ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଅଟେ । ଶକ୍ତିକାନ୍ତ ଦାସଙ୍କ ଉତ୍ସର୍ଗୀକୃତତା ଏବଂ ଦୂରଦୃଷ୍ଟି ଆମ ଦେଶକୁ ମଜବୁତ କରିବ ।

Get real time updates directly on you device, subscribe now.