Breaking: ହସ୍ପିଟାଲରେ ଭର୍ତ୍ତି ହେଲେ RBI ଗଭର୍ଣ୍ଣର, ସ୍ବାସ୍ଥ୍ୟବସ୍ଥା…

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଆରବିଆଇ(Reserve Bank of India ) ଗଭର୍ଣ୍ଣର । ଶଶିକାନ୍ତ ଦାସ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଆସନ୍ତା 2ରୁ 3 ଘଣ୍ଟା ଭିତରେ ଡିସଚାର୍ଜ ହେବା ନଇ ଆରବିଆଇର ଜଣେ ଅଧିକାରୀ କହିଛନ୍ତି । ତେବେ ପ୍ରକୃତରେ ସେ କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେନେଇ ପ୍ରକୃତ କାରଣ ସ୍ପଷ୍ଚ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।