fbpx

ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହ ରାଜ୍ୟ ସମବାୟ ବ୍ୟାଙ୍କର ହେବ ମିଶ୍ରଣ: ଆରବିଆଇ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

Advertisement

ମୁମ୍ବାଇ: ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ସହ ରାଜ୍ୟ ସମବାୟ ବ୍ୟାଙ୍କ ଏସସିବି)ର ମିଶ୍ରଣ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆଇନ, ୨୦୨୦ ଅନୁଯାୟୀ, ଏହା ୨୦୨୧ ମସିହା ଏପ୍ରିଲ ମାସ ୧ ତାରିଖଠାରୁରୁ ଉଭୟ ଡିସିସିବି ଓ ଏସସିବି ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ତେବେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ନେଇ ଆରବିଆଇ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି ।

କିଛି ରାଜ୍ୟ ଡିସିସିବିର ମିଶ୍ରଣକୁ ଦୁଇ ପର୍ଯ୍ୟାୟରେ କରିବା ନେଇ ମତ ଉପସ୍ଥାପନ କରିବା ପରେ ଆରବିଆଇ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲା । ରାଜ୍ୟମାନେ ଏକ କିମ୍ବା ଏକାଧିକ ଡିସିସିବିର ଏସସିବି ସହ ମିଶ୍ରଣ ନେଇ ପ୍ରସ୍ତାବ ଦେଇଥିଲେ । ତେବେ ଆରବିଆଇ ଏନେଇ ବିଚାର କରୁଥିବା ଜଣାପଡ଼ିଛି । ତେବେ ଏହି ମିଶ୍ରଣ ପ୍ରସ୍ତାବକୁ ଆବଶ୍ୟକ ସଂଖ୍ୟକ ଅଂଶୀଦାରମାନେ ଅନୁମୋଦନ କରିବା ଆବଶ୍ୟକ । ନାବାର୍ଡ ପକ୍ଷରୁ ଏହି ପ୍ରସ୍ତାବକୁ ମଧ୍ୟ ଯାଞ୍ଚ ଓ ସୁପାରିଶ କରାଯିବ । ତେବେ ଡିସିସିବି ସହିତ ଏସସିବିର ମିଶ୍ରଣ ନେଇ ଆରବିଆଇ ନାବାର୍ଡ ସହିତ ଆଲୋଚନା କରିଥିଲା । ତେବେ ଏହି ମିଶ୍ରଣ ପ୍ରକ୍ରିୟା ଦୁଇ ପର୍ଯ୍ୟାୟରେ ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.