fbpx

୩ଟି ବ୍ୟାଙ୍କ ଉପରେ RBIର କଡ଼ା ଆକ୍ସନ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କରିବା ନେଇ ତିନୋଟି ବ୍ୟାଙ୍କକୁ ମହଙ୍ଗା ପଡ଼ିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ବ୍ୟାଙ୍କଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ବ୍ୟାଙ୍କ ସାରା ଦେଶରେ ଆରବିଆଇ ପକ୍ଷରୁ ଜାରି ହୋଇଥିବା ନିୟମକାନୁନର ପାଳନ କରିନଥିଲେ । ତେଣୁ ଏହି ମାମଲାରେ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି ।

ରିପୋର୍ଟ ମୁତାବକ, ଗୁଜରାଟର ତିନୋଟି ସହକାରୀ ବ୍ୟାଙ୍କ ଉପରେ ଆରବିଆଇ ଜରିମାନା ଲାଗୁ କରିଛି । ଏହି ବ୍ୟାଙ୍କଗୁଡ଼ିକ ମଧ୍ୟରେ କୋ-ଅପରେଟିଭ୍ ବ୍ୟାଙ୍କ ଅଫ୍ ରାଜକୋଟ ଲିମିଟେଡ, ଗାନ୍ଧିଧାମ ମର୍କେଟାଇଲ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ ଓ ମେଘରାଜ ନାଗରିକ ସହକାରୀ ବ୍ୟାଙ୍କ ଲିମିଟେଡ ସାମିଲ ରହିଛନ୍ତି । ଆରବିଆଇ ନିୟମ ପାଳନ କରି ନଥିବାରୁ ଏହି ବ୍ୟାଙ୍କଗୁଡ଼ିକ ଉପରେ ଆକ୍ସନ ନିଆଯାଇଥିବା କୁହାଯାଇଛି ।

ରାଜକୋଟ ସହକାରୀ ବ୍ୟାଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେହିପରି ଗାନ୍ଧିଧାମ ସହକାରୀ ବ୍ୟାଙ୍କ ଉପରେ ୫୦ ହଜାର ଓ ମେଘରାଜ ନାଗରିକ ସହକାରୀ ବ୍ୟାଙ୍କ ଉପରେ ୨୫ ହଜର ଟଙ୍କାର ଜରିମାନା ଲାଗୁ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମାସ ୨୨ ତାରିଖଠାରୁ ପୁଣେର ରୂପୀ ସହକାରୀ ବ୍ୟାଙ୍କକୁ ବନ୍ଦ କରି ଦିଆଯାଇଥିଲା । ଉକ୍ତ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦେଇଥିଲା ଆରବିଆଇ । ବ୍ୟାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ଥିବାବେଳେ ବ୍ୟାଙ୍କିଂ ନିୟମ ଉଲ୍ଲଂଘନ କାରଣରୁ ୬ ସପ୍ତାହ ପରେ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଗତ ମାସ ୧୦ ତାରିଖରେ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.