fbpx

ଦେଶବାସୀଙ୍କ ପାଇଁ ଖୁସିଖବର, IMPSର ସୀମାକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଦେଶବାସୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବା ସହିତ କହିଥିଛନ୍ତି ଯେ, ଆଇଏମପିଏସର ସୀମା ୨ ଲକ୍ଷରୁ ବଢ଼ି ୫ ଲକ୍ଷ ଟଙ୍କା କରାଯାଉଛି ।

ତେବେ ଆଇଏମପିଏସ ଏକ ତକ୍ରାଳ ଇଣ୍ଟରବ୍ୟାଙ୍କ ଇଲୋକ୍ଟ୍ରୋନିକ ଫଣ୍ଡ ଟ୍ୟାନ୍ସଫର ସର୍ଭିସ, ଯାହାକୁ ମୋବାଇଲ ସାହାର୍ଯ୍ୟରେ କରାଯାଇଥାଏ । ଏହା ଏକ ମାଗଣା ସେବା, ଯାହା ମାଧ୍ୟମରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରୁ ବିନା କୌଣସି ଶୁଳ୍କରେ ଅନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇପାରିବେ । ଏହା ଏକ ମାଗଣା ସେବା ହୋଇଥିବାରୁ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.