ନୂଆଦିଲ୍ଲୀ: ଏଣିକି ସାଧାରଣ ଫୋନ୍ ରେ ବି ଆପଣ ମାନେ କରିପାରିବେ ୟୁପିଆଇ ପେମେଣ୍ଟ୍ । ସ୍ମାର୍ଟଫୋନ୍ ନଥିଲେ ବି ଏଣିକି ଆପଣ ମାନେ ୟୁପିଆଇ ପେମେଣ୍ଟ୍ କରିପାରିବେ । ଆରବିଆଇ ପକ୍ଷରୁ ନୂତନ ୟୁପିଆଇ ଆଧାରିତ ପେମେଣ୍ଟ୍ ପ୍ରଡକ୍ଟ ଲଞ୍ଚ କରାଯାଇଛି । ଏହାପରେ ୟୁପିଆଇ ପେମେଣ୍ଟ୍ ସୁବିଧା ପାଇପାରିବେ ଦେଶର ୪୪ କୋଟି ଫିଚର୍ ଫୋନ୍ ୟୁଜର୍ । ଏହି ପରିପ୍ରେକ୍ଷୀରେ “ଡିଗି ସାଥୀ” ର ଶୁଭାରମ୍ଭ କରିଛନ୍ତି ଆରବିଆଇ ଗଭର୍ଣ୍ଣର୍ । ବର୍ତ୍ତମାନ ଲୋକମାନେ କେବଳ ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ୍ କନେକ୍ଟିଭିଟି ସହିତ ହିଁ ୟୁପିଆଇ ପେମେଣ୍ଟ୍ କରୁଛନ୍ତି । ହେଲେ ଏବେ ଠାରୁ ଫିଚର୍ ଫୋନ୍ ଗୁଡ଼ିକରେ ବି ୟୁପିଆଇ ପେମେଣ୍ଟ୍ ହୋଇପାରିବ ।
Watch out for the launch of UPI for feature phones – UPI123Pay and 24*7 helpline for digital payments – DigiSaathi by RBI Governor @DasShaktikanta at 12 noon on March 08, 2022
YouTube: https://t.co/lb5mhivRfd#rbitoday #rbigovernor #DPAW #UPI #digisaathi @UPI_NPCI
— ReserveBankOfIndia (@RBI) March 8, 2022