ଆର୍‌ବିଆଇର ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ, ୮ ବ୍ୟାଙ୍କୁ ୧୨ଲକ୍ଷ ଟଙ୍କାର ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ନିୟମର ଅବମାନନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ଆରବିଆଇ ଏକାସଙ୍ଗରେ ଅନେକ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି । ରିପୋର୍ଟ ଅନୁଯାୟୀ, ଆରବିଆଇ ୮ଟି ସମବାୟ ବ୍ୟାଙ୍କ ଉପରେ ମୋଟ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ନିୟାମକ ଅନୁପାଳନର ଅଭାବରୁ ଏହି ସମସ୍ତ ସମବାୟ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ଏଥିସହ ରିଜର୍ଭ ବ୍ୟାଙ୍କ ମଣିପୁର ମହିଳା ସହକାରୀ ବ୍ୟାଙ୍କ ଲିମିଟେଡ୍‌ ( ମଣିପୁର ) , ୟୁନାଇଟେଡ୍‌ ଇଣ୍ଡିଆ ସହକାରୀ ବ୍ୟାଙ୍କଲିମିଟେଡ୍ (ୟୁପି) , ଜିଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ (ନରସିଂହପୁର) , ଅମ୍ରାବତୀ ମର୍ଚ୍ଚାଣ୍ଟ ସହକାରୀ ବ୍ୟାଙ୍କ ଲମିଟେଡ(ନାସିକ) ଏବଂ ନବନିର୍ମାଣ ସହକାରୀ ବ୍ୟାଙ୍କ ଲିମିଟେଡ୍‌ (ଅହମ୍ମଦାବାଦ) ଉପରେ ଜରିମାନା ଲାଗୁ କରିଛନ୍ତି ।