ଶସ୍ତା ହେଲା ହୋମ-କାର ଲୋନ, ୦.୨୫% ରେପୋରେଟ୍ କମାଇଲା ଆରବିଆଇ
ରେପୋ ରେଟ୍ କମାଇଲା ଆରବିଆଇ, ଶସ୍ତା ହୋଇଗଲା ହୋମ-କାର ଲୋନ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ଦ୍ୱିତୀୟ ଥର ରେପୋ ରେଟରେ ୦.୨୫% ହ୍ରାସ କରିଛି। ଏଥିସହ ରେପୋ ରେଟ ହ୍ରାସପାଇ ୬%ରେ ପହଞ୍ଚିଯାଇଛି। ଏହି ହ୍ରାସରେ ହୋମ-କାର ଲୋନର ଇଏମଆଇ ହ୍ରାସ ପାଇବ।
ଆରବିଆଇର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୁଧବାର ଦିନ ଗ୍ରାହକଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଆରବିଆଇର ମୁଦ୍ରା ନୀତି କମିଟି ସୋମବାର ଦିନ ମୁଦ୍ରା ନୀତିର ସମୀକ୍ଷାକୁ ନେଇ ତିନି ଦିନିଆ ବୈଠକ ଆରମ୍ଭ କରିଥିଲା।
ଏହା ପୂର୍ବରୁ ଏମପିସି ଫେବୃଆରୀରେ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ କରିଥିଲା। ଏହି ହ୍ରାସ ପରେ ସାଧାରଣ ଲୋକଙ୍କୁ ବହୁତ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି। ଘର ଲୋନ ଏବଂ କାର ଲୋନ ସହ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଖୁଚୁରା ଲୋନର ମୂଲ୍ୟ ହ୍ରାସ ପାଇବ।