fbpx

ଲମ୍ବା ସମୟ ଚାଲିବ ମୁଦ୍ରାସ୍ଫୀତି ବିରୋଧରେ ଲଢେଇ: ଆରବିଆଇ 

ମୁମ୍ବାଇ: ଦେଶରେ ଦରଦାମ ଆକାଶ ଛୁଆଁ ରହିଛି। ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଦରଦାମ ବଢି ଚାଲିଛି। ସେପ୍ଟମ୍ବରରେ ମୁଦ୍ରାସ୍ପିତି ୭.୪୧% ରହିଥିବା ବେଳେ ଏହାକୁ ରୋକିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବିଫଳ ହୋଇଛି। ତେବେ ମହଙ୍ଗା ବିରୁଦ୍ଧରେ ଏହି ଲଢେଇ ଲମ୍ବା ସମୟ ଧରି ଚାଲିପାରେ ବୋଲି ଆରବିଆଇ ଏହାର ମାସିକ ବୁଲେଟିନ୍ ରେ କହିଛି।
ତେବେ ସେପ୍ଟେମ୍ବର ପରେ ଆଗାମୀ ଦିନରେ ବିଭିନ୍ନ ଜିନିଷର ଦରଦାମ୍ ହ୍ରାସ ପାଇପାରେ ବୋଲି ଆବିଆଇ କହିଛି। ଗତ ତିନି ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ପିତି ଦର ଧାର୍ଯ୍ୟ ହାରଠାରୁ ଉପରେ ରହିଛି। ଯାହାକୁ ହ୍ରାସ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି। କାରଣ ମନିଟାରୀ ପଲିସି(ଏମପିସି)ର ମୁଖ୍ୟ ଲକ୍ଷ୍ୟ ଦରଦାମକୁ ନିୟନ୍ତ୍ରଣକୁ ଆଣିବା। ଗତ ୧୨ ତାରିଖରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ଖୁଚୁରା ଦର ୭.୪୧% ରହିଥିଲା, ଯାହା ଅଗଷ୍ଟ ମାସରେ ୭% ଥିଲା। ଏହା ପୁର୍ବରୁ ୨୦୨୨ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ପିତି ୭.୭୯% ସ୍ତରକୁ ଛୁଇଁଥିଲା।
ଭାରତୀୟ ଟଙ୍କାର ମୂଲ୍ୟ ନିରନ୍ତର ହ୍ରାସ ପାଇ ଚାଲିଥିବା ବେଳେ ଏ ସଂକ୍ରାନ୍ତରେ ମଧ୍ୟ ଆରବିଆଇ ସୂଚନା ଦେଇଛି। ଆଇରବିଆଇ କହିଛି ଯେ, ୨୦୨୨-୨୩ରେ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ୧୬.୧ % ମଜବୁତ୍ ହୋଇଛି। ସମାନ ସମୟରେ ଟଙ୍କା କେବଳ ୬.୮ ପ୍ରତିଶତ କମଜୋର ହୋଇଛି। ତେବେ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ମହଙ୍ଗା ହାର କମ ଥିବା ରିଜର୍ଭ ବ୍ୟାଙ୍କ କହିଛି। ୫୩୭.୫ ଆରବ ଡଲାର ବିଦେଶୀ ମୁଦ୍ରା ବଣ୍ଡାର ସହିତ ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଭାରତ କୋଣସି ପ୍ରକାର ବିଦେଶୀ ଝଟକାକୁ ସହ୍ୟ କରିବା ପାଇଁ କ୍ଷମତା ରଖିଥିବା ମଧ୍ୟ ଆରବିଆଇ କହିଛି।

Get real time updates directly on you device, subscribe now.